ବାଣପୁର: ୧୪ ନଂ ଜିଲ୍ଲାପରିଷଦ ଜୋନ ଦଖଲ କଲା ବିଜେପି

0

ଚିଲିକା (ସେକ କୌଶର): ୧୪ ନଂ ଜିଲ୍ଲାପରିଷଦ ଭୋଟରେ ବାଜି ମାରିଲା ବିଜେପି ଚିଲିକା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଏହି ଗଣତିରେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ ଆସନରେ ବିଜେପି ବାଜିମାତ କରିଛି। ସେଠାରେ ବିଜେଡି ପ୍ରାର୍ଥୀ ଲିଲିବାଳା ଭୋଳଙ୍କୁ ବିଜେପି ପ୍ରାର୍ଥୀ ରୋଜିତା ପ୍ରଧାନ ପରାଜିତ କରିଛନ୍ତି। ରୋଜିତା ୧୬୮୪ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।

ତେବେ ବାଣପୁର ବ୍ଲକର ୧୩ ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ଟିକି ଶବର ବିଜୟ ଲାଭ କରିଥିବା ବେଳେ ଚିଲିକା ବ୍ଲକର ୨ ଜଣ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀରେ ଘୋଷଣା ହୋଇଥିବା ୪ ଟି ଆସନ ମଧ୍ୟରୁ ୨ଟି ଆସନରେ ବିଜେଡ଼ି ଜିତିଥିବା ବେଳେ ୨ ଟି ଆସନରେ ବିଜେପି ଜିତିପାରିଛି। ଆଜି ଆଉ ୨ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। କିଛି ସମୟ ପରେ ସମୀକ୍ଷା ନିୟୁଜ ମାଧ୍ୟମରେ ଅପଡେଟ ପ୍ରଦାନ କରାଯିବ।

ରୋଜିତା ପ୍ରଧାନ- ବିଜେପି- ୧୨୮୫୩

ଲିଲିବାଳା ଭୋଳ- ବିଜେଡ଼ି- ୧୧୧୬୯

ରଶ୍ମିତା ମହାପାତ୍ର- କଂଗ୍ରେସ- ୧୧୭୬

Leave A Reply

Your email address will not be published.