ପଦ୍ମପୁର:-ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଳକ ର ଟେମରୀ ହାଇସ୍କୁଲ ସର୍ବପୁରାତନ ସ୍କୁଲ ଭାବେ ସୁପରିଚିତ ।ସେ ସମୟରେ ଏ ଅଞ୍ଚଳରେ ଶିକ୍ଷା ର ବିକାଶ ପାଇଁ ଅଞ୍ଚଳ ର ବଦାନ୍ୟ ବ୍ୟକ୍ତି ମାନଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଟେମରୀ ହାଇସ୍କୁଲ ସକାଶେ ଅନେକ ବ୍ୟକ୍ତିବିଶେଷ ଜମି ଦାନ ସୂତ୍ରରେ ପ୍ରଦାନ କରିଥିଲେ ।ହେଲେ ହାଇସ୍କୁଲ ର ଜମି ଅଧିଗ୍ରହଣ ରେ କିଛି ତ୍ରୁଟି ହେତୁ ହାଇସ୍କୁଲ ର ଜମିପଟ୍ଟା ନ ହୋଇ ପାରିବାରୁ ପାଇକମାଲ ବ୍ଳକ ରେ କାର୍ଯ୍ୟରତ ଶିକ୍ଷା ଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକ ଙ୍କ ଆହ୍ୱାନ କ୍ରମେ ଅଞ୍ଚଳ ର ମା ଭଉଣୀ ତଥା ସର୍ବସାଧାରଣ ଙ୍କୁ ନେଇ ଟେମରୀ ହାଇସ୍କୁଲ ପଡିଆଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଟେମରୀ ହାଇସ୍କୁଲ ର ପ୍ରଧାନଶିକ୍ଷକ ଶ୍ରୀ ଡୋଲାମଣୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜମି ବିବାଦ କୁ ନେଇ ଉପୁଜିଥିବା ସମସ୍ୟା ସକାଶେ ଜମିପଟ୍ଟା ହୋଇ ପାରୁନଥିବା କାରଣ ଏବଂ ହାଇସ୍କୁଲ ନାମ ରେ କିଭଳି ଭାବେ ଜମିପଟ୍ଟା ଋପାନ୍ତରୀତ ହୋଇ ପାରିବ,ତାର ଆଶୁ ସମାଧାନ ପାଇଁ ସର୍ବସାଧାରଣ ରେ ଉପସ୍ଥିତ ଅନେକ ବଦାନ୍ୟ ବ୍ୟକ୍ତି ତାଙ୍କ ନିଜ ନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଶେଷରେ ଅଞ୍ଚଳବାସୀ ଏହାର ଆଶୁ ସମାଧାନ ର ଦିଗ ପାଇଁ ଅଣ୍ଟା ଭିଡିଛନ୍ତି ।ଏ ପରିପ୍ରେକ୍ଷୀରେ ରେ ଜଣାଇଦେବାକୁ ଚାହୁଁ ଯେ,ଏହି ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟ ସରକାର ୫-ଟି ରେ ସାମିଲ କରିଥିବାରୁ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି ।ଏ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏ. ବି.ଇ.ଓ ଶ୍ରୀ ପ୍ରେମାନନ୍ଦ ବାରିକ ମଧ୍ୟ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.