କାର୍ଯ୍ୟରତ ସାମ୍ବାଦିକ ଙ୍କ ପ୍ରତି ଆକ୍ରମଣର ପ୍ରତିବାଦ : ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ସ୍ମାରକ ପତ୍ର

0 2

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟ ରେ ଦୀର୍ଘ ଦଶନ୍ଧି ଧରି କାର୍ଯ୍ୟରତ ସାମ୍ବାଦିକ ଙ୍କ ପ୍ରତି ଯେଉଁ ଭଳି ମରଣାନ୍ତକ ଆକ୍ରମଣ ହେଉଛି ଏବଂ ଏଥି ପ୍ରତି ଓଡିଶା ସରକାର ଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଏବଂ ସାମ୍ବାଦିକ ଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ବିଲ ତୁରନ୍ତ ଲାଗୁ କରିବାପାଇଁ ଆଜି ଗୁଣୁପୁର ପ୍ରେସ ୟୁନିଅନ ଗୁଣୁପୁର ତରଫରୁ ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ଗୁଣୁପୁର ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱ ରେ ସମ୍ପାଦକ ରାଜେଶ ପଣ୍ଡା, ଆବାହକ ଅନିଲ ସାହୁକାର,  ଜିତେନ୍ଦ୍ର ଶତପଥୀ,  ରାମ ମହାନ୍ତି, କାଲି ରଥ,  ଜଗନ୍ନାଥ ମହାନ୍ତି,  ପ୍ରଦିପ ପାତ୍ର,  ସୁନୀଲ ସାବତ,  ଦିଲୀପ ରାଜଗୁରୁମହାପାତ୍ର ପ୍ରମୁଖ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କୁ ସାକ୍ଷାତ କରି ଉଭୟ ବୈଦୁତିକ ଏବଂ ପ୍ରିଣ୍ଟ ଗଣ ମାଧ୍ୟମ ର କାର୍ଯ୍ୟରତ ସାମ୍ବାଦିକଙ୍କୁ ଯଥା ଶୀଘ୍ର ସୁରକ୍ଷା ଯୋଗାଇ ଦେବା ସହ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଯେଉଁ ଭଳି ଭାବେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ ଏବଂ ଦ୍ରୁବ୍ୟବହାର କରାଗଲା ଗନ୍ତରନ୍ତ୍ର ରେ ତାହା ନିନ୍ଦନୀୟ ତେଣୁ ଆକ୍ରମଣକାରୀ ଙ୍କୁ ତୁରନ୍ତ ଗିରଫ କରିବା ସହ ଆଗକୁ ଥିବା ପୌର ନିର୍ବାଚନ ରେ ସମସ୍ତ ସାମ୍ବାଦିକ ଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ଏବଂ ଏହି ବାବଦରେ ଉଭୟ ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ତୁରନ୍ତ ସାମ୍ବାଦିକ ସୁରକ୍ଷା ବିଲ ଲାଗୁ କରିବାକୁ ଦାବି ଜଣାଇଛନ୍ତି ।

 

Leave A Reply

Your email address will not be published.