କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ପୁଲିସ ଆଜି ମାଓ ବାଦୀ ନାମରେ ଧମକ ଚମକ ଦେଇ ଚାନ୍ଦା ମାଗୁ ଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ଦୁଇଟି ମୋବାଇଲଜବତ କରିଛି ।ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ଆଶଙ୍କା ରେ ଅଭିଯୁକ୍ତ ନାମ ପ୍ରକାଶ କରିବାରେ ପୁଲିସ ମନା କରିଛି ।ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କାଶୀପୁର ଥାନା ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ କେ ସିଂହ ପୁର ଅଞ୍ଚଳର ବୋଲିଜଣା ଯାଇଛି । ଦୁଇ ଅଭିଯୁକ୍ତ ମାଓବାଦୀ ନାମରେ ଟିକିରି ଥାନା ଅଞ୍ଚଳର ଵିଜୟ କୁମାର ଶତପଥୀଏବଂତାଙ୍କବ୍ୟବସାୟିକ ସହଯୋଗୀ ପୀତବାସ ପାଢ଼ୀ ଙ୍କୁ ଏକେ47(ରାଏଫଲ )ଆଗ୍ନେୟ ଅସ୍ତ୍ର କିମ୍ବା ଦଶ ଲକ୍ଷ ଟଙ୍କା ଦେବା ପାଇଁ ଫୋନ ରେ ଧମକ ଚମକ ଦେଉଥିଲେ ।ଏହି ଘଟଣାରେ ଟିକିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏହାର ତଦନ୍ତ କରିବା ସହ ଅଭିଯୁକ୍ତ ଙ୍କ ମୋବାଇଲ ଟ୍ରାକିଙ୍ଗ କରି ଗିରଫ କରିବାରେ ସଫଳ ହୋଇଛି ।ଏହି ଘଟଣାରେ ଟିକିରି ଥାନାରେ କେସ ନଂ26/22ଏବଂ ଦଫା ସଂଖ୍ୟା 386,506,507ଆଇ ପି ସିରେ ମାମଲା ରୁଜୁକରି ତଦନ୍ତ ଚାଲୁ ରଖି ଥିବାର ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post