“ଆମ ମାତୃଭାଷା ଆମର ପରିଚୟ”

0

ରାଉରକେଲା(ବସନ୍ତ କୁମାର ଜେନା): ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚ, ରାଉରକେଲା ତରଫରୁ ସେକ୍ଟର ୧୯ ଆମ୍ବାଗାନ ପାଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଏକ ସଭା ଆୟୋଜନ କରଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଡ. ରମେଶ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ । ତାହା ସହିତ ଓଡିଆ ଭାଷା ବିକାଶ ମଞ୍ଚ ର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର, ସଭାପତି ପ୍ରଶାନ୍ତ କୁମାର ପତି ଏବଂ ଡ. ସୁମନ ଦତ୍ତ ଉପସ୍ଥିତ ଥିଲେ । ଏହି ସଭାରେ ଓଡିଆ ଭାଷା ବିକାଶ ମଞ୍ଚ ର ଅନ୍ୟ ସଦସ୍ୟ କବି ସୁଶାନ୍ତ ନାୟକ, ନିବେଦିତା ଜେନା, ହେମନ୍ତ ବିଶ୍ଵାଳ, ଚନ୍ଦ୍ର ଶେଖର ପାଇକରାୟ, ପ୍ରତାପ ପଟ୍ଟନାଏକ, ସସ୍ମିତା ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ଇଂ. ଅଶୋକ କୁମାର ପଟ୍ଟନାୟକ, ଶିବ ପ୍ରସାଦ ଦାସ, ଅଶୋକ ରାଉତ ଏବଂ ବଳରାମ ରାଉଳ ଉପସ୍ଥିତ ରହି ଓଡିଆ ଭାଷା କିପରି ଅନ୍ତର୍ଜାତିକ ସ୍ତରରେ ପହଞ୍ଚି ପାରିବ ସେହି ବିଷୟରେ ଆଲୋଚନା ହେଲା । ଆମ ମାତୃଭାଷା ଆମର ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଆମର ଓଡ଼ିଆ ଭାଷାର ଗାରିମା ଓ ମାଧୁର୍ଯ୍ୟର ସ୍ୱତନ୍ତ୍ରତା ରହୁଛି! ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଆମ ଭାଷାକୁ ସମୃଦ୍ଧ କରିବାରେ ବହୁ ମୂଲ୍ୟ ଅବଦାନ ରଖିଥିବା ମହାପୁରୁଷ ମାନଙ୍କୁ ସ୍ମରଣ କରି ଆସନ୍ତୁ ଏ ଦିଗରେ ଆମର ପ୍ରୟାସ ଆହୁରି ଦୃଢ କରିବା ଏହା ପରେ ପରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତି ଉପରେ ମାଲ୍ୟାର୍ପଣ କରଯାଇଥିଲା ।

Leave A Reply

Your email address will not be published.