ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି “ଓଡିଶା ମୋ ପରିବାର”

0

ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ମାର୍ଚ୍ଚ ୫ତାରିଖରୁ ରାଜ୍ୟବ୍ୟାପୀ “ଅଙ୍ଗ ଦାନ ପଞ୍ଜିକରଣ ” ଶିବିର

ଭୁବନେଶ୍ୱର(ଶାସକ ପ୍ରଶାସକ) – ସମଗ୍ର ବିଶ୍ୱରେ ବିପନ୍ନ ଓଡିଆଙ୍କୁ ସହାୟତା,ଅସହାୟ ରୋଗୀଙ୍କୁ ଉପଯୁକ୍ତ ସମୟରେ ରକ୍ତ ଯୋଗାଇବା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡିକରେ ଏକ ସିଂହଭାଗ ରକ୍ତ ଯୋଗାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡିକରେ ହେଲ୍ପଡ଼େସ୍କମାନ ସ୍ଥାପନ କରି ରୋଗୀମାନଙ୍କୁ ଚିକିତ୍ସାରେ ସାହାଯ୍ୟ କରିବା ଭଳି ଅନେକ ସମାଜସେବା କାର୍ଯ୍ୟ ଓଡ଼ିଶା ମୋ ପରିବାର ନିରନ୍ତର କରିଆସୁଛି । ଆହୁରି ମଧ୍ୟ, ସମାଜସେବାର ଏକ ଅଂଶ ଭାବରେ ଓଡ଼ିଶା ମୋ ପରିବାର ମାର୍ଚ୍ଚ ମାସ ୫ତାରିଖ ତଥା ଓଡ଼ିଶାର ଜନନାୟକ ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସାରାରାଜ୍ୟରେ “ଅଙ୍ଗ ଦାନ ପଞ୍ଜିକରଣ ” ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଇଚ୍ଛୁକ ବ୍ୟକ୍ତିମାନେ “ଅଙ୍ଗ ଦାନ” ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ପାଇଁ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୫ତାରିଖ ମଧ୍ୟରେ ନିଜ ନାମ ପଞ୍ଜୀକରଣ କରିପାରିବେ ।
ସମାଜର ମଙ୍ଗଳ ନିମନ୍ତେ ଓଡ଼ିଶା ମୋ ପରିବାର ଏପରି ନିଷ୍ପତି ନେଇଛି ଏବଂ ଲୋକମାନେ ନିଜର ମୃତ୍ୟୁ ପରେ ଅଙ୍ଗଦାନ କଲେ ଅନେକ ଲୋକମାନଙ୍କର ଜୀବନ ବଞ୍ଚାଇ ପାରିବେ ବୋଲି ଆବାହକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ଆବାହକଙ୍କ ସମେତ ‘ବଡି ଆଣ୍ଡ ଅର୍ଗାନ୍ ଡୋନେସନ୍ ସୋସାଇଟୀ ଅଫ ଇଣ୍ଡିଆ’ ର ସଭାପତି ଶ୍ରୀ ପ୍ରଭାସ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର) ଶ୍ରୀ ସମୀର ପ୍ରଧାନ ଓ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା (ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ, କଟକ ସହର ଜୀବନବିନ୍ଦୁ ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ଵାଳ, ପୂର୍ବତନ କର୍ପୋରେଟର ଶ୍ରୀ ନରେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅଭିଯାନରେ ନିଜକୁ ସାମିଲ କରି ଅନ୍ୟକୁ ନୂଆ ଜୀବନ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ମୋ ପରିବାର ସହିତ ଯୋଡି ହେବା ପାଇଁ (୮୯୧୭୪୦୦୭୦୦/୮୯୧୭୪୦୦୭୦୧)ନମ୍ବରରେ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.