ଗୁଡ଼ ସମାରୀଟନ ଆୱାର୍ଡ଼ ପାଇବେ ଯୁବ ସାମ୍ବାଦିକ ଡିଲେଶ୍ୱର

0

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଛକ ଠାରେ ରବିବାର ସକାଳ ୯ଟା ସମୟରେ ବାଇକ ଓ ଲୁନା ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା।ଠୀକ ସେ ସମୟରେ ପଦ୍ମପୁର ଅଂଚଳର ଜଣାଶୁଣା ସ୍ବେଚ୍ଛାସେବୀ ତଥା ବଡ଼ ଖବର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁର ଅଂଚଳରେ ହେଉଥିବା ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଦେଖି ଅଟକି ଥିଲେ ।ରକ୍ତଜୁଡୁ ବୁଡୁ ହୋଇ ପଡିଥିବା ଦେଖି ପଦ୍ମପୁର ଏସଡ଼ିପିଓ ଓ ଆମ୍ବୁଲାନ୍ସ ଙ୍କୁ ଯୋଗାଯୋଗ କରିଥିଲେ।ଠୀକ କିଛି ସମୟପରେ ମେଳଛାମୁଣ୍ଡା ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଥିଲା, ସାମ୍ବାଦିକ ଡିଲେଶ୍ୱର ବାଗ ଆମ୍ବୁଲାନ୍ସ ରେ ବସି ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ଆଣି ଭର୍ତି କରିଥିଲେ।ଡାକ୍ତର ଲୁନା ଚାଳକ ଜୟଲାଲ ପଟେଲଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଦୁଇ ଜଣ ଗୁରୁତର ଥିଲେ।ଏହି ଖବର କୁ ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ସାହାଯ୍ୟ କରିଥିବା ଫୋଟୋ କୁ ନିଜ ଟୁଇଟର ଆକାଉଣ୍ଟ ରେ ପୋଷ୍ଟ କରିଥିଲେ।ତାଙ୍କ ଆକାଉଣ୍ଟ କୁ ଦେଖି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥୋରୀଟି ଓଡିଶା ଯୁବ ସାମ୍ବାଦିକ ଙ୍କୁ ପ୍ରଶଂସା କରିବା ସହ ବରଗଡ ଆରଟିଓ ଙ୍କୁ ଗୁଡ଼ ସମାରୀଟନ ଆୱାର୍ଡ଼ ଦେବା ପାଇଁ ଅନୁରୋଧ କରିଛନ୍ତି।ଖବର ଜାଣିବା ପରେ ଅଂଚଳରେ ଯୁବ ସାମ୍ବାଦିକ ଙ୍କୁ ବେଶ ପ୍ରଶଂସା ମିଳୁଛି।

Leave A Reply

Your email address will not be published.