ଭଞ୍ଜନଗର : ଭଞ୍ଜନଗର ଥାନା ଅଧୀନ ବାହାଡ଼ାପଦର ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଚାଳକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାଳକ ଜଣଙ୍କ ହେଲେ ଆଖୁପଦର ଗ୍ରାମର ଭାଗୀରଥି ସ୍ୱାଇଁ(୨୭)। ସୂଚନା ପ୍ରକାରେ ଭାଗୀରଥି ଓ ତାହାର ଜଣେ ସାଙ୍ଗ ଭଞ୍ଜନଗରରୁ ଆଖୁପଦର ଗ୍ରାମ ଅଭିମୁଖେ ଯାଇଥିବା ବେଳେ ବାହାଡ଼ାପଦର ଠାରେ ଏକ ବୁଲାଣି ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଏଥିରେ ଭାଗୀରଥି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ଯୋଗେ ତାକୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
Sign in
Sign in
Recover your password.
A password will be e-mailed to you.