ଭରତୀୟ ଜନତାପାର୍ଟି ର”କ” ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ସିନ୍ଧୁ କୁଲସିକାଙ୍କ ପ୍ରଚାର ଜୋରଦାର ।

0

କଲ୍ୟାସିଂହପୁର:ପ୍ରଦୀପ ଦଲାଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ରେ ସେତିକି ରାଜନୈତିକ ଊଷ୍ମତା ବଢିବାକୁ ଲାଗିଛି । ବିଭିନ୍ନ ଦଳ ନିଜ ନିଜର ପ୍ରଚାର ଚଲାଇ ଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ଶକ୍ତି ପ୍ରଦର୍ଶନ କରିଛି।ବିରାଟ ସଭାଯାତ୍ରା ରେ ବାହାରି “କ” ଜୋନ୍ ର ଜିଲ୍ଲା ପରିସଦ ପ୍ରାର୍ଥୀ ସିନ୍ଧୁ କୁଲେସିକା ପ୍ରଚାର ଜୋରଦାର କରିଛନ୍ତି।। ଅଞ୍ଚଳର ବିକାଶ ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଛନ୍ତି। ଏହାର ପୂର୍ବରୁ କରପା ପଞ୍ଚାୟତ ର ସରପଞ୍ଚ ଭାବେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କରି ବେସ୍ ଲୋକପ୍ରିୟତା ହାସଲ କରିଛନ୍ତି ସେ କଲ୍ୟାଣସିଂହପୁର ବ୍ଲକ୍ ରେ ଭାରତୀୟ ଜନତା ପାର୍ଟିର ସମର୍ଥନରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ରେ ପ୍ରଥମଥର ପାଇଁ ରାଜନୈତିକ ମୈଦାନକୁ ଓହ୍ଲାଇ ଟାଣୁଆ ଟାଣୁଆ ପ୍ରତିଦ୍ୱନ୍ଦୀ ମାନଙ୍କୁ ମାତ୍ ଦେଇ ବିପୁଳ ସଂଖ୍ୟାରେ ସରପଞ୍ଚ ଭାବେ ବିଜୟ ହୋଇ ରେକର୍ଡ ଶୃଷ୍ଟି କରିଥିଲେ। ଦାୟିତ୍ୱ ନେବା ପରେ ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସହ କରପା ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ର ସାଙ୍ଗଠନିକ ସ୍ତିତି ମଜବୁତ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିବାରୁ ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ ଆଶା ଭରସା ରଖି “କ”ଜୋନ୍ ପାଇଁ ଟିକେଟ ଦେଇ ଜିଲ୍ଲାପରିସଦ ପ୍ରାର୍ଥୀ କରିଛି।କେନ୍ଦ୍ର ମୋଦି ସରକାର ଙ୍କ ଜନକଲ୍ୟାଣ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତା ଉପରେ ମୁଖ୍ୟ ମୁଦ୍ଦା ନେଇ ଗାଁ ଗାଁ ଘର ଘର ବୁଲି ଭୋଟଭିକ୍ଷା କରୁଛନ୍ତି ସିନ୍ଧୁ।ଏହି ପ୍ରଚାର ସମୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୟାମ କୁମାର ଦାସ, ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲ,କଲ୍ୟାଣସିଂହପୁର ମଣ୍ଡଳ ସଭାପତି ରାମାରାଓ କାଡ୍ରାକା,ଯୁବ ନେତା ଗୁଡ୍ଲା ସାନ୍ଦିପ୍,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ମନୋଜ ପଟ୍ଟନାୟକ ଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.