ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ, ସାହାଣୀ କପ ଚାମ୍ପିୟନ ବଲାଙ୍ଗିର ଫୁଟବଲ ଦଳକୁ ସମ୍ବର୍ଦ୍ଧନା

0

05-08-18-sahani.jpg - 79.41 kB

ସମ୍ମାନିତ ହୋଇଥିବା ଖେଳାଳି ଓ ଅଫିସିଆଲ ମାନେ ହେଲେ ଅଭିମନ୍ୟୁ ପାଣ୍ଡେ – ଅଧିନାୟକ, ଜିତୁ କୁମାର ଦଲାଇ – ଉପ ଅଧିନାୟକ,ଦାମ କବାଟ,ଦେବବ୍ରତ ଦୀପ, ଦେବାର୍ଚ୍ଚନ ବାଗ, ଦେବରାଜ ସା, ଡୋଲାମଣି ମହାକୁର, କିଶୋର ଚନ୍ଦ୍ର ନାଗ, କୁଶ ଜାନୀ, ଲିଙ୍ଗରାଜ ଭୂଏ ,ମେହେତାଜ ମହମ୍ମଦ, ମିଥୁନ ନାଏକ, ପ୍ରଦିପ ଚନ୍ଦନ,ରଜକ ନାଗ, ସୌରଭ ରଂଜନ ହନୁମାନ, ଶ୍ରୀକାନ୍ତ ଭୋଇ, ସୁଶାନ୍ତ ଧରୁଆ, ଉମେଶ ଭୋଇ, ଗଣନାଥ କୁଅର,ସଂଜିବ କୁମାର ଭୋଇ,ତ୍ରିଲୋଚନ ନାଏକ, ପ୍ରଶିକ୍ଷକ : ଶ୍ରୀକାନ୍ତ ରାଉତ ଓ ମ୍ୟାନେଜର – ନିଶାରକାନ୍ତ ନାଗ |

ବଲାଙ୍ଗୀର,(Niroj Mishra): ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା କ୍ରୀଡା ସଂସଦ, ବଲାଙ୍ଗୀରର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ  ହୋଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଅଵୁସ୍ଥିତ  ଏହି ବୈଠକରେ ସଦର ବିଧାୟକ ତଥା ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସମାରୋହକୁ ଶୁଭାରମ୍ଭ କରିଥିଲେ । ଏହି ଅବସରର ସାଧାରଣ ସମ୍ପାଦକ ଶ୍ରୀ ପୂଜାରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମିଶ୍ର କହିଥିଲେ ଯେ, ଜିଲ୍ଲାର ବିଭିନ୍ନ ଷ୍ଟାଡିୟମର ବିକାଶ ପାଇଁ କାର୍ଯ୍ୟ କରାଯାଉଛି । ବଲାଙ୍ଗୀରର ପରିଚୟ ଗାନ୍ଧୀ ଷ୍ଟାଡିୟମ ଓ ଖେଳାଳିଙ୍କ ବିକାଶ ପାଇଁ ମଧ୍ୟ ଅନୁରୂପ ଭାବେ ପାଣ୍ଠି ଯୋଗାଇ ଦିଆଯିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ସଭ୍ୟମାନଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ବଲାଙ୍ଗୀରରେ ଖେଳାଯାଇଥିବା ୫୮ତମ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲରେ ଭୁବନେଶ୍ୱରକୁ ହରାଇ ଚାମ୍ପିୟନ ହୋଇଥିଲା ବଲାଙ୍ଗୀର ଦଳ । ଏହି ଦଳର ପ୍ରତ୍ୟେକ ଖେଳାଳି ତଥା କୋଚ୍ ଶ୍ରୀକାନ୍ତ ରାଉତ ଓ କ୍ରୀଡା ସଂପାଦକ ନିଶାରକାନ୍ତ ନାଗଙ୍କୁ ସମ୍ବର୍ଦ୍ଧିତ କରିଥଲେ ମୁଖ୍ୟଅତିଥି ଶ୍ରୀ ମିଶ୍ର ଓ ମଞ୍ଚାସୀନ ଅନ୍ୟ ଅତିଥିମାନେ । ବଲାଙ୍ଗୀର ସଦର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଦଳର ଖେଳାଳିଙ୍କ ପ୍ରଦର୍ଶନରେ ଉତ୍ସାହିତ ହୋଇ ବିଜୟୀ ଖେଳାଳିଙ୍କୁ ୨ ହଜାର ଓ କ୍ରୀଡା ସଂସଦ ପକ୍ଷରୁ ୩ ହଜାର ଟଙ୍କା ହିସାବରେ ମୋଟ ୫ହଜାର ଟଙ୍କା ଆକାରରେ ପ୍ରତ୍ୟେକ ଖେଳାଳିଙ୍କୁ ସମାରୋହରେ ପ୍ରଦାନ କରାଯାଇଥିଲା । ସମାରୋହରେ ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହ୍ଳାଦ ଶତପଥୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଓ ଶାରିରୀକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ଦେଇଥିଲେ ସଂସଦର ଯୁଗ୍ମ ସଂପାଦକ ଶ୍ରୀ ଆଚାର୍ଯ୍ୟ  । ଶେଷରେ ଉପ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ । ଏଥିରେ ସହରର ବହୁ ବୁଦ୍ଧିଜୀବୀ, କ୍ରୀଡ଼ା ପ୍ରେମୀ, କ୍ରୀଡ଼ା ସଂଗଠନ, ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.