ପଞ୍ଚାୟତ ନିର୍ବାଚନ ପ୍ରଚାର ରେ ବିଷ୍ଣୁବ୍ରତ ଓ ଦୁର୍ଗାଦତ୍ତ

0 2

ବାସୁଦେବପୁର(ପ୍ରତାପ ପାଢ଼ୀ )-ବାସୁଦେବପୁର ବ୍ଳକ ଅନ୍ତର୍ଗତ ବିନୋବାଭାବେ ନଗର ଠାରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତ ରାୟ ଓ ତାଙ୍କର ବଡ଼ ଭାଇ ଦୁର୍ଗାଦତ୍ତ ରାଉତ ରାୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟ କର୍ମ କରିଛନ୍ତି | ଦଳୀୟ ସମର୍ଥନ ରେ ଲଢୁ ଥିବା ସରପଞ୍ଚ ପ୍ରାର୍ଥୀ କମଳା କାନ୍ତ ପ୍ରଧାନ, ସମିତି ସଭ୍ୟ ପ୍ରାର୍ଥୀ ସୁକାନ୍ତି ପ୍ରଧାନ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନସ ସେଠୀଙ୍କ ସପକ୍ଷ ରେ ଭୋଟ ପାଇଁ ପ୍ରଚାର କରିଥିଲେ। ବିନୋବା ଭାବେ ନଗର ଠାରେ ଏକ ବିଶାଳ ରାଲି କରିବା ସହ ବିଭିନ୍ନ ସ୍ଥାନ ରେ ନିର୍ବାଚନୀ ସଭା ରେ ଯୋଗଦେଇ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷ ରେ ଭୋଟ ନେବାକୁ ପ୍ରଚାର କରିଥିଲେ।

Leave A Reply

Your email address will not be published.