ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଓ ପୂଣ୍ଯତୀର୍ଥ ସାହିତ୍ଯ ସଂସଦର ମିଳିତ ଆନୁକୁଲ୍ଯରେ ଭାଗୀରଥୀ ପାଢି ସ୍ମୃତି କଳା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ବର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମହନ୍ତ ଶ୍ରୀ ରାମାନନ୍ଦଜୀ , ସମ୍ମାନିତ ଅତିଥି ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ସ୍ବର୍ଗତ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ନିଜ ବକ୍ତବ୍ଯରେ ସଙ୍ଗୀତ ଓ ଆୟୁର୍ବେଦ ଜଗତର ଏକ ତାରକା ପାରଳା ମାଟିରୁ ବିଦାୟ ନେଇଥିବା ପ୍ରକାଶ କରିଥିଲେ। ଆଡଭୋକେଟ ହୀରାଚାନ୍ଦ ଯୋଗଦେଇ ସ୍ବର୍ଗତ ପାତ୍ରଙ୍କ ପରିବାର , ରୋଗୀସେବା ତଥା ସଙ୍ଗୀତ ଶିକ୍ଷାଦାନ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।
ସେହିପରି ଶ୍ରୀମତି ଆଶାଲତା ପାଣିଗ୍ରାହୀ , ଡ. କଲ୍ୟାଣୀ ମିଶ୍ର , ଶ୍ରୀମତି ଈତିଶ୍ରୀ ମହାପାତ୍ର , ଶ୍ରୀମତି ସ୍ନିଗ୍ଧା ମିଶ୍ର , ସୁଶ୍ରୀ ମାତଙ୍ଗୀନି ଗୁରୁ , ଶ୍ରୀ କୈଳାସ ଗୌଡ , ଶ୍ରୀ ରବୀନ୍ଦ୍ରନାଥ ପାଢୀ , କୁଞ୍ଜ ବିହାରୀ ବଡକୁମର , ଶ୍ରୀ ହେମନ୍ତ ପଟ୍ଟନାୟକ ଯୋଗଦେଇ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post