ଆର୍.ବି. ହାଇସ୍କୁଲ୍ ପ୍ଲାଟିନମ୍ ଜୁବୁଲିର ପ୍ରସ୍ତୁତି ବୈଠକ ।

0

ପଦ୍ମପୁର(ଶାସକପ୍ରଶାସକ)-ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିର ଏକ ପ୍ରସ୍ତୁତି ବୈଠକ ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ମାର୍ଚ୍ଚ ଏଗାର, ବାର ଓ ତେର ତାରିଖରେ ପ୍ଲାଟିନମ୍ ଜୁବୁଲି ସମାରୋହର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ସମ୍ପାଦକ ଡ. ବିରଂଚି ସାହୁ ପ୍ଲାଟିନମ୍ ଜୁବୁଲିର ଅଗ୍ରଗତି ସମ୍ପର୍କରେ ନିଜର ମତ ପ୍ରଦାନ କରିଥିଲେ । ପ୍ଲାଟିନମ୍ ଜୁବୁଲିର ଅତିଥ ନିମନ୍ତ୍ରଣ ଏବଂ ଫେଲିସିଟେସନ୍ ପାଇଁ ଦୁଇଟି କମିଟି ଗଠନ କରାଯାଇଥିଲା । ପରବର୍ତୀ ବୈଠକ ଆସନ୍ତା ୨୦,୦୨,୨୨ ରବିବାର ଦିନ କରିବା ପାଇଁ ସ୍ଥିର କରାଗଲା । ବେଟ୍‌ ପ୍ରତିନିଧୁମାନଙ୍କୁ ତାଙ୍କର ଦେୟ ସଂଗ୍ରହ କରିବା ପାଇଁ ଅନୁରୋଧ କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟତମ ଉପସଭାପତି ଜୟ ନାରାୟଣ ତ୍ରିପାଠୀ, ଉପସଭାପତି ବେଣୁମାଧବ ଦୋରା, ସହ-ସମ୍ପାଦକ ଗୋବିନ୍ଦଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥୀ, ବରିଷ୍ଠ ସଦସ୍ୟ ଗୋବିନ୍ଦ ଅଗ୍ରୱାଲା, ପ୍ରାଧ୍ୟାପକ କେଶରଞ୍ଜନ ପ୍ରଧାନ, ପ୍ରାଧ୍ୟାପକ ଡ.ଲଳିତେନ୍ଦୁ ନାୟକ, ଡ. ପ୍ରମୋଦ କୁମାର ପାଢ଼ୀ, ରାଜକିଶୋର ଯୋଷୀ, ଅଶୋକ ବହିଦାର, ଜିତେନ୍ଦ୍ରନାଥ ଗୁରୁ, ଶ୍ୟାମପଦ ସିହ୍ନା, ଉମେଶ ଚନ୍ଦ୍ର ସାହୁ, ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.