କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଆଜି କାଶୀପୁର ବ୍ଲକରେ ଛତିଶଗଡ଼ ର ମନ୍ତ୍ରୀ କବାସୀ ଲଖମା ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର କରିଥିଲେ। ବ୍ଲକର ୩ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ଦଳ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ବିପୁଳ ମତଦାନ କରି ଭୋଟରେ ବିଜୟୀ କରିବାକୁ ମତଦାତାଙ୍କୁ ଲଖମା ନିବେଦନ କରି ଭୋଟ ଭିକ୍ଷା କରିଛନ୍ତି। କବାସିଙ୍କ ସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଉପସଭାପତି ରତ୍ନମଣି ଉଲ୍ଲାକା ପ୍ରମୁଖ ଉପସ୍ଥିତ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ପ୍ରାର୍ଥୀ ରଞ୍ଜିତା ନାଏକ, ଅମ୍ବିକା ମାଝୀଙ୍କ ସହିତ ସରପଞ୍ଚ, ବ୍ଲକ ସଭାପତି ଅଙ୍ଗଦ ନାଏକଙ୍କ ନେତୃତ୍ବରେ ଶତାଧିକ ସମିତି ସଭ୍ୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ। ଶଙ୍କର୍ଡା ଗାଁଠାରୁ ମନ୍ତ୍ରୀ ଓ ସାଂସଦଙ୍କୁ ସ୍ବାଗତ କରି ଆପଲ ସ୍ୱାମୀ କାଡ୍ରାକା, ପି.ଦେବେନ୍ଦ୍ର କୁମାର, ଅନୀଲ ବିରାଟ ବାଇକ ରାଲିରେ କାଶୀପୁରକୁ ପାଛୋଟି ନେଇଥିଲେ। ଏସିସେଲ ଉପସଭାପତି ରାୟଗଡା ଜିଲ୍ଲା ରାଜେନ୍ଦ୍ର ନାଏକ,ଗଜେନ୍ଦ୍ର ନାୟକ, ସଦାନନ୍ଦ ନାୟକ, ହୁତାସନ ନାୟକ, ମନ୍ତ୍ରୀ ମା’ ମାଣିକେଶ୍ଵରୀଙ୍କୁ ଦର୍ଶନ କରିବା ପରେ କାଶୀପୁର ଏସିସେଲ ସଭାପତି ରାୟଗଡା ଜିଲ୍ଲା ରାଜେନ୍ଦ୍ର ଦୁରିଆ,ସାନ୍ଧୁ ମାଝୀ, ଜିଜୁରୁ ମାଝୀ, ବିପ୍ର ପୂଜାରୀ, ବ୍ଲକ କଲୋନି ନିକଟରେ ଏବଂ ଟିକିରି ଠାରେ ଆୟୋଜିତ ସୋସିଆଲ ମେଡ଼ିଆ ସଭାପତି ରାୟଗଡା ଜିଲ୍ଲା ଜୋସେଫ ଖୋସଲା,ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ଉପ ସଭାପତି ରାୟଗଡା ଜିଲ୍ଲା ଏସ ସିମରନ ଦୁରିଆ,ରଙ୍ଗା ମହାନ୍ତି, ହଳଧର ନାୟକ ପ୍ରମୁଖଙ୍କ ସଭାରେ ଯୋଗଦେଇ ଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଶହଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post