ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଗବେଷକ ପଣ୍ଡିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜୁଗୁରୁଙ୍କ ୧୫୭ତମ ଜୟନ୍ତୀ ଯଥାରୀତିରେ ପାଳିତ ହୋଇସାରିଛି।
ଶିକ୍ଷାବିତ୍ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ରୂପେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖବକ୍ତା ଭାବେ ପୂର୍ଣ୍ଣ ରଥ , ସମ୍ମାନିତ ଅତିଥି ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ଅନ୍ୟାତମ ଅତିଥି ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରି ବହୁମୁଖୀ ପ୍ରତିଭାଧର ରାଜଗୁରୁ ମହାଶୟ ଓଡ଼ିଆ ସାରସ୍ଵତ ସାଧନା ଏବଂ ଦୃଷ୍ଟି ଓ ସୃଷ୍ଟିରେ କାଳଜୟୀ ହୋଇରହିଥିବେ । ତାଙ୍କର ସାରସ୍ଵତ ସୃଷ୍ଟି ସଂକଳନ ପ୍ରବନ୍ଧାବଳୀ ଏବଂ ଅନ୍ୟାନ୍ୟ ସୃଜନ ସମ୍ପର୍କରେ ଉପସ୍ଥିତ ବକ୍ତା ମାନେ ମତ ରଖିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ପାରଳାର ବିଶିଷ୍ଟ ସଂଗୀତଜ୍ଞ ତଥା ଆୟୁର୍ବେଦ ଶାସ୍ତ୍ର ଦିବଂଗତ ବଇଦ ପଣ୍ଡିତ ଗୋଷ୍ଟ ଚନ୍ଦ୍ର ପାତ୍ରଙ୍କୁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।
କୋଭିଡ୍ କଟକଣା କୁ କଡ଼ାକଡ଼ି ପାଳନ ସହ ଏହି କର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନିଜ ବିଦ୍ୟାଳୟ ପରିସରରେ ସ୍ଥାପିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.