ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଗ୍ରାମ । ଏଠି ପାନୀୟ ଜଳ ଯୋଗାଣ ଯୋଜନା ଫେଲ ମାରିଛି I ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପରେ ଯୋଜନା କରିଚାଲିଛନ୍ତି I ହେଲେ ପ୍ରଶାସନର ଅପାରଗତା ସାଙ୍ଗକୁ ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସବୁ ଯୋଜନା ବାଟବଣା ହୋଇଯାଉଛି।
ଏଭଳି ଏକ ଜଳକଷ୍ଟ ଗାଁ ହେଉଛି ମୋହନା ବ୍ଳକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଦୁରିଙ୍ଗିଗୁଡା ଗ୍ରାମ । ଦୀର୍ଘ ବର୍ଷ ଧରି ଏହି ଗ୍ରାମବାସୀ ଛୁଆଁର ଦୂଷିତ ଜଳକୁ ପାନୀୟ , ରୋଷେଇ, ଲୁଗା ସଫା, ସ୍ନାନ ଓ ଶୌଚ଼ ଭାବେ ବ୍ୟବହାର କରି ଆସୁଛନ୍ତି। ଗୁଲୁବା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମୁଠାଗୁଡା ଗ୍ରାମକୁ ଯାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ପାର୍ଶ୍ଵରେ ରହିଛି ଏହି ଗ୍ରାମ। ଏହି ଚୁଆଁର ଦୂଷିତ ଜଳକୁ ଗ୍ରାମର ପୁରୁଣା ସାହି ଓ ନୁଆ ସାହିର ଲୋକେ ବର୍ଷ ବର୍ଷ ଧରି ପାନୀୟ ଜଳ ରୂପେ ବ୍ୟବହାର କରିଆସୁଛନ୍ତି। ବିଭିନ୍ନ ସମୟରେ ଦୂଷିତ ପାଣିର ପ୍ରଭାବରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଳ କଷ୍ଟ ଦୂର ପାଇଁ ଗ୍ରାମରେ ଗୋଟିଏ ବି ନଳକୂପ ନ ଥିବାରୁ ତୁରନ୍ତ ଦୁଇଟି ସାହିରେ ୨ଟି ନଳକୂପ ଖନନ କରିବା
ପାଇଁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.