ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:- ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମପଂଚାୟତର ୩୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ବିଜେପି କର୍ମୀ ମାନଙ୍କୁ ସ୍ୱାଗତ କରିବା ସହ ମାହାଙ୍ଗା ଅଞ୍ଚଳ ର ସମସ୍ତ ଗ୍ରାମପଂଚାୟତର ଉନ୍ନତି ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରକାଶ କରିଥିଲେ । ଏପରିକି ବିଜୁ ଜନତା ଦଳରେ ଯୋଗଦାନ କରିଥିବା କୁସୁପୁର ଗ୍ରାମ ପଂଚାୟତର ସମସ୍ତ ବିଜେପି କର୍ମୀ ଆଗାମୀ ଦିନରେ ପଂଚାୟତ ସ୍ତରରେ ହାତରେ ହାତ ମିଳାଇ ମିଳିମିଶି କାର୍ଯ୍ୟ କରି ବିଜେଡି ଦଳକୁ ବିଜୟର ଟୀକା ପିନ୍ଧାଇବେ ବୋଲି ଶପଥ ଗ୍ରହଣ କରିଥିଲେ । ତେବେ ଆଗକୁ ନିର୍ବାଚନ ରହିଥିବା ହେତୁ ବିଜେଡି ଦଳ ପ୍ରତି ଜନସାଧାରଣ ଙ୍କ ଭଲପାଇବା ବଢ଼ୁଥିବାର ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.