ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁବାର ଦିନ ସ୍ଥାନୀୟ ଏନ.ଆଇ.ସି କାର୍ଯ୍ୟଳୟ ଠାରେ ଦୁର୍ଘଟଣା ରୋକିବା ପାଇଁ ଏକ ଏକ ଅନଲାଇନ ସେବା ଆରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏହା ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ କି ଦୁର୍ଘଟଣା ସ୍ଥଳ ଚିହ୍ନଟ ପାଇଁ ସରକାରଙ୍କ ଦ୍ବାରା ଏକ ଅଭନବ ଉପାୟ ପ୍ରସ୍ତୁତି କରାଯାଇଛି।
ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି କି କୌଣସି ରାସ୍ତା ଜନିତ ଘଟଣା ହେଲେ ତତ୍କାଳୀନ ଭାବେ ପୋଲିସ , ଆର. ଟି. ଓ , ଜାତୀୟ ରାଜପଥ ବିଭାଗ ପହଞ୍ଚି ସେଠାରୁ ଉକ୍ତ ଘଟଣାର ଫୋଟ ଚିତ୍ର ଉଠାଇବା ସହ ଦୁର୍ଘଟଣାଟି କେଉଁ କାରଣରୁ ହେଉଛି ତାହା ସମ୍ପର୍କ ତଥ୍ୟ ରଖିବେ। ଏହି ଅଞ୍ଚଳରେ କାହିଁକି ଦୁର୍ଘଟଣା ହେଉଛି ଏବଂ ଏଥିରେ ରାସ୍ତାରେ ମଡାଣୀ କିମ୍ବା ସ୍ପୀଡ଼ ବ୍ରେକର ଆବଶ୍ୟକତା ରହିଛି ତାହା ଉପରେ ଅନୁଧ୍ୟାନ କରିବେ। ଯାହା ଫଳରେ ଉକ୍ତ ଅଞ୍ଚଳରେ ଆଗାମୀ ଦିନରେ ଯେମିତି ଦୁର୍ଘଟଣା ନହେବ ସେଥିପ୍ରତି ଧ୍ୟାନ ଦେଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ଜୟରାମ ଶତପଥୀ , ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାରୀ ମହାରଣା , ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ , ଆଇ ଆର ଏ ଡିର ପରିଚାଳକ ମନୋଜ ମିଶ୍ର , ଏନ ଆଇ ସି ଅଧିକାରୀ ଟି. ବାଳକୃଷ୍ଣ ପ୍ରମୁଖ।
Sign in
Sign in
Recover your password.
A password will be e-mailed to you.