ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଏବଂ ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ଚାହାପଡା ଗ୍ରାମପଂଚାୟତର ବହୁ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ବିଜେପି କର୍ମୀ ମାନଙ୍କୁ ସ୍ୱାଗତ କରିଥିଲେ ଓ ମାହାଙ୍ଗା ମାଟିର ବିକାଶ ପାଇଁ ଉଦ୍ୟମ ଜାରି ରଖିବା ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରକାଶ କରିଥିଲେ । ଏପରିକି ବିଜୁ ଜନତା ଦଳରେ ଯୋଗଦାନ କରିଥିବା ଚାହାପଡା ଗ୍ରାମ ପଂଚାୟତର ସମସ୍ତ ବିଜେପି କର୍ମୀ ଆଗାମୀ ଦିନରେ ପଂଚାୟତ ସ୍ତରରେ ହାତରେ ହାତ ମିଳାଇ ମିଳିମିଶି କାର୍ଯ୍ୟ କରି ବିଜେଡି ଦଳକୁ ବିଜୟର ଟୀକା ପିନ୍ଧାଇବେ ବୋଲି ଶପଥ ଗ୍ରହଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.