ତାମିଲନାଡୁରୁ ଓଡ଼ିଶା ଫେରିଲା ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀର

0

ସାହା ହେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର: ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀରକୁ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ନିଜ ଗ୍ରାମକୁ ପଠାଇଲା ଓଡ଼ିଶା ମୋ ପରିବାର | ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ହଳଦୀବସନ୍ତ ଗ୍ରାମର ୫୨ବର୍ଷିୟ ପୂର୍ଣ୍ଣଚନ୍ଦ୍ର ବେହେରା ତାମିଲନାଡୁର କୋଏମ୍ବଟୁର ସହରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ଫେବ୍ରୁୟାରୀ ୮ ତାରିଖ ଦିନ ସେ ହଠାତ ହୃଦଘାତରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିବାରୁ ତାଙ୍କର ମୃତ୍ୟୁ ଖବର ଶୁଣି ଏଭଳି ଶୋଚନୀୟ ପରିସ୍ଥିତିରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ସେମାନେ ଆର୍ଥିକ ସଙ୍କଟରେ ଥିବାରୁ ତାଙ୍କ ମୃତଦେହକୁ ତାମିଲନାଡୁରୁ ଓଡ଼ିଶା ଫେରାଇ ଆଣିବାକୁ ଓଡିଆ ମହାମଞ୍ଚ(ଦିଲ୍ଲୀ)ର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ନାୟକଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ନାୟକ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ତୁରନ୍ତ ପଦକ୍ଷେପ ନେଇ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ରଙ୍କର ମୃତଦେହକୁ ତାମିଲନାଡୁରୁ ଓଡ଼ିଶା ଆଣିବା ପାଇଁ ଯାତାୟତ ସହାୟତା ଯୋଗାଇ ଦେଇଥିଲା । ପୂର୍ଣ୍ଣଚନ୍ଦ୍ରଙ୍କର ପାର୍ଥିବଶରୀର ଓଡ଼ିଶା ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସତ୍ୟଜିତ ଦାଶ, ଯାଜପୁର ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଶ୍ରୀ ବିମଳ ଦାସ ଏବଂ ଓଡ଼ିଶା ମୋ ପରିବାରର ସଦସ୍ୟ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ପାର୍ଥିବଶରୀର ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଇଥିଲେ ।
ପୂର୍ଣ୍ଣଚନ୍ଦ୍ରଙ୍କର ମୃତଦେହ ତାଙ୍କ ଗ୍ରାମରେ ପହଞ୍ଚିବା ପରେ ଯାଜପୁର ଜିଲ୍ଲା ବରି ଅଞ୍ଚଳର ବିଧାୟକ ଶ୍ରୀମତୀ ସୁନନ୍ଦା ଦାସ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ଶେଷକୃତ୍ୟ ସମ୍ପନରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.