ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:ଗୁରୁବାର ସନ୍ଧ୍ୟାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଚାଳିଶ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତରେ ଜିଲାପରିଷଦ ପ୍ରାର୍ଥୀ ସୁସ୍ମିତା ଦାସଙ୍କ ପାଇଁ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଭୋଟ ପ୍ରଚାର କରିଥିଲେ !
ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଉଥିବା ସୁସ୍ମିତା ଦାସ ମାହାଙ୍ଗା ବ୍ଲକରେ ଗ୍ରାମୀଣ ମହିଳା ମାନଙ୍କ ପାଇଁ ସଫଳତାର ସହ କାର୍ଯ୍ୟ କରୁଥିବାରୁ ତାଙ୍କୁ ଜିତେଇବା ପାଇଁ ହଜାର ହଜାର ମହିଳା ଅଣ୍ଟା ଭିଡିବା ଦେଖିବାକୁ ମିଳୁଛି !
କୁହୁଣ୍ଡା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ନଳିନୀପ୍ରଭା ପ୍ରଧାନ ଓ ସମିତିସଭ୍ୟା ପ୍ରାର୍ଥୀ ସୁପ୍ରଭା ସାମଲଙ୍କୁ ଜୟଯୁକ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ !
ସାମାଜିକକର୍ମୀ ଅଖିଳେଶ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ପଞ୍ଚାୟତ ବିଜେଡି ସଭାପତି ରାଧାନାଥ ରାଉତ, ଗାଁ’ର ମୁରବୀ ରବୀନ୍ଦ୍ର ନାଥ ଦାସ, ସମାଜସେବୀ ନିତ୍ୟାନନ୍ଦ ବିହାରୀ, ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା, ଅଧ୍ୟାପିକା ଜ୍ୟୋତିର୍ମୟୀ,ନିତ୍ୟାନନ୍ଦ ସାହୁ,ନିହାର ରଞ୍ଜନ ପଣ୍ଡା,ଆରତୀ ନାୟକ ପ୍ରମୁଖ ଯୋଗଦେଇଥିଲେ !
Sign in
Sign in
Recover your password.
A password will be e-mailed to you.
Prev Post