ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭୁଲା ଅଭାବନୀୟ ଘଟଣା। ଗାଁ ସମାଜ ପାଣ୍ଠିରୁ ଆଜକୁ ୧୯ବର୍ଷ ପୂର୍ବରୁ ୪୦୦ଟଙ୍କା ଧାର ଆଣି ଶୁଝି ପାରିନଥିବାରୁ ମୃତ୍ୟୁ ପରେ ଉକ୍ତ ବ୍ୟକ୍ତି ର ମୃତ ଦେହକୁ ସମାଜ ଲୋକେ ଛୁଇଁ ନାହାନ୍ତି। ଫଳରେ ୪୮ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଘର ଭିତରେ ପଡ଼ିରହିଛି ଶବ।
ଘରେ ଘର ମୁଖିଆ ଙ୍କ ଶବ ପଡିଥିବା ବେଳେ ମୃତ ଦେହକୁ ଛାଡ଼ି ବିଧବା ସ୍ତ୍ରୀ ଟଙ୍କା ଯୋଗାଡ କରିବା ପାଇଁ ଏଣେ ତେଣେ ଧାଇଁ ଗାଁ ଲୋକଙ୍କୁ କାକୁତି ମିନତି କରି ହୋଇ ବୁଲୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜୟନଗର ପଣସକୁଦର୍ ଗ୍ରାମର ସୋମା ହେମ୍ବ୍ରମ ୧୯ବର୍ଷ ପୂର୍ବେ ଗାଁ ସମାଜ ପାଣ୍ଠିରୁ ୪୦୦ଟଙ୍କା ଧାର ନେଇଥିଲେ। କିନ୍ତୁ ସେ ଏହି ଟଙ୍କା ପରିଶୋଧ କରି ପାରି ନଥିବା ବେଳେ ଗତ ସୋମବାର ଦିନ ରାତ୍ରିରେ ତାଙ୍କ କିଡନି ରୋଗରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ପରେ ପରିବାର ଲୋକେ ଶବ ସଂସ୍କାର ପାଇଁ ଜାତି ସମାଜ କୁ ଅନୁରୋଧ କରିଥିଲେ। ମାତ୍ର ସମାଜ ସଭାପତି ତାଗିଦ କରିଥିବାରୁ କେହି ଆସି ନ ଥିଲେ।
ଟଙ୍କା ପରିଶୋଧ କରି ନ ଥିବାରୁ ସୁଧ ମୂଳ ସହ ୧୨ହଜାର ୨୦୦ ଟଙ୍କା ଓ ଜରିମାନା ବାବଦରେ ୨୫ହଜାର ଟଙ୍କା ପୈଠ ନ କଲେ କେହି ଯିବେ ନାହିଁ ବୋଲି ସମାଜ ସଭାପତି ଦିନେଶ୍ୱର୍ ଡ଼ଙ୍ଗି ସିଧାସିଧା ଶୁଣାଇ ଦେଇଥିଲେ। ସଭାପତି ଫତୁଆ ଜାରି କରିଥିବାରୁ ଜାତି ସମାଜ ର କେହି ଆସିନଥିଲେ। ଫଳରେ ଗତ ସୋମବାର ଠାରୁ ଆଜି ବୁଧୁବାର ପର୍ଯ୍ୟନ୍ତ ଘର ଭିତରେ ମୃତ ଦେହ ପଡ଼ି ରହିଥିଲା।
ଆଜି ମୃତ ସୋମାଙ୍କ ସ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ନିଜ ଚାଷ ଜମିକୁ ଶାଗମାଛ ଦରରେ ନିଜ ଗ୍ରାମର ମୋନଜ କୁମାର ନାମକ ବ୍ୟକ୍ତିଙ୍କୁ ମାତ୍ର ୩୫ହଜାର ଟଙ୍କାରେ ବିକ୍ରି କରି ସ୍ଵାମୀଙ୍କ କରଜ ସମାଜ ନିକଟରେ ଶୁଝିବା ପରେ ମୃତ୍ୟୁର ତିନିଦିନ ପରେ ସମାଜ ଲୋକେ ଆସି ମୃତ ଦେହ ସଂସ୍କାର କରିଥିବା ସୂଚନା ମିଳିଛି। ବୁଦ୍ଧିଜୀବୀ ସମାଜ ରେ ଏଭଳି ଘଟଣା ର ଦୃଢ଼ ନିନ୍ଦା କରାଯିବା ସହ ଆଜି ମଣିଷ ସମାଜ କେତେ ତଳକୁ ଖସି ଗଲେଣି ସେ ବିଷୟରେ ଆଲୋଚନା ହେଉଛି।
Sign in
Sign in
Recover your password.
A password will be e-mailed to you.
Next Post