ଅସ୍ତରଙ୍ଗ(ଦୁଃଶାସନ ନାୟକ) ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳର ବଙ୍ଗୋପସାଗର ତଥା ଦେବିମୁହାଁଣ ଅନତି ଦୂର ନିଷିଦ୍ଧାଞ୍ଚଳ ରେ ମାଛ ମାରୁଥିବା ଏକ ଟ୍ରଲର ବୁଧବାର ଦିନ ଜଙ୍ଗଲବିଭାଗ ସମୁଦ୍ରରେ ପେଟ୍ରୋଲିଂ କରୁଥିବା ବେଳେ ଧରା ପଡ଼ିଅଛି । ଉତ୍କ ଟ୍ରଲରଟି ପାରାଦୀପର ହୋଇଥିବାବେଳେ, ସେଥିରେ 9 ଜଣ ଧୀବର ତଥା ମାଛ ଧରାଳି ରହିଥିଲେ । ପେଟ୍ରୋଲିଂ ଦଳ ଟ୍ରଲରକୁ ଜବତ କରି ଦେବୀନଦୀ ମୁହାଁ ଣ ମୁହଁକୁ ଆଣି, କଡା ସୁରକ୍ଷା ମଧ୍ୟରେ ରଖିଥିବା ବେଳେ, 9ଜଣ ଧୀବର ଙ୍କୁ ପଚରା ଉଚରା ଜାରି ରଖିଛି । କିନ୍ତୁ ଜବତ ଟ୍ରଲର ସାମୁଦ୍ରିକ ତଥା ମେରାଇନ ବିଭାଗ କୁ ହସ୍ତାନ୍ତର କରିବାକୁ ଥିବାବେଳେ ଜଙ୍ଗଲ ବିଭାଗ ,ବୁଧବାର ସକାଳେ ଜବତ କରିଥିବା ଟ୍ରଲର ଟି ,ସାନ୍ଧ୍ୟ ସୁଦ୍ଧା ମେରାଇନି କୁ କୌଣସି କାରଣ ବଶତଃ ହସ୍ତାନ୍ତର କରି ନଥିବା, ଅସ୍ତରଙ୍ଗ ମେରାଇନ ,ବା ସାମୁଦ୍ରିକ ଅଧିକାରୀ ନିପ୍ରବର ରାଉତ ପ୍ରକାଶ କରିଛନ୍ତି । ଅପର ପକ୍ଷରେ , ଜବତ ହେଉଥିବା ଟ୍ରଲର ନୂଆଗଡ ମାଛଧରା ବନ୍ଦରକୁ ଆସିଲାପରେ ସେଠି ଯେଉଁଭଳିଭାବେ କିଛି ଲୋକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ବିଭାଗୀୟା ଅଫିସର ଓ ଜବତ ଟ୍ରଲର ମାନଙ୍କୁ ଭୟଭୀତ କରାଉଛନ୍ତି, ଆଗାମୀ ଦିନରେ ଆଉ କୌଣସି ଜବତ ଟ୍ରଲରକୁ ସରକାରୀ କର୍ମଚାରୀ ମାନେ ନୂଆଗଡ ମାଛଧରବନ୍ଦରକୁ ଆଣିବାପାଇଁ ଇଛା ପ୍ରକାଶ କରୁନାହାନ୍ତି ବୋଲି ଶୁଣିବାକୁମିଳୁଅଛି ।
Sign in
Sign in
Recover your password.
A password will be e-mailed to you.
Next Post