ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ଅଫ୍ଲାଇନ୍ ମୋଡରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସତ୍ୟରଞ୍ଜନ ସାହୁ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତିା
ସୂଚାନ ଯୋଗ୍ୟ ଯେ ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲାା ମହାମାରୀର ପ୍ରଭାବ କମିବା ପରେ ଗତ ଫେବୃଆରୀ ୭ ତାରିଖ ଦିନଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛିା ଛାତ୍ରଛାତ୍ରୀମାନଙ୍କ ବୃହତ୍ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ୧୪ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛିା କିନ୍ତୁ ଏହି ଦୁଇ ବର୍ଷ ମଧ୍ୟରେ ପିଲାଙ୍କ ପାଠପଢ଼ାରେ ବହୁକ୍ଷତି ହୋଇଥିବାର ଆଶଙ୍କା କରାଯାଉଛିା ଦୀର୍ଘଦିନ ଧରି ଅଫ୍ଲାଇନ୍ ପାଠପଢ଼ା ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଓ ଭାବନାତ୍ମକ ସ୍ତରରେ ଅନେକ ସମସ୍ୟା ସୃଷ୍ଟି ହୋଇଥିବାର ସମ୍ଭାବନା ମଧ୍ୟ ରହିଛିା ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ଫେବୃଆରୀ ୩ ତାରିଖ ଦିନ ସ୍କୁଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲୋ ଏଥିରେ ପିଲାମାନେ ତାଙ୍କ ଇଚ୍ଛା ଅନୁଯାୟୀ ଅଫ୍ଲାଇନ୍, ଅନ୍ଲାଇନ୍ କିମ୍ବା ହାଇବ୍ରିଡ଼ ମୋଡରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲାା ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଫେବୃଆରୀ ୩ ତାରିଖ ଦିନ ସ୍କୁଲଗୁଡ଼ିକୁ ଏହି ମର୍ମରେ ଚିଠିଲେଖି ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ମୋଡ୍ରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲୋ
କିନ୍ତୁ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟ ଏହି ନିର୍ଦ୍ଦେଶର ଅବମାନନା କରି ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହେଉଥିବା ପିରିଅଡ଼୍ ଆସେସ୍ମେଣ୍ଟ ପରୀକ୍ଷାକୁ ଅଫ୍ଲାଇନ୍ ମୋଡରେ କରିବା ପାଇଁ ବାଧ୍ୟ କରିଛିା ତେଣୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସାହୁ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏବଂ ଏହି ଅନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ ବୋଲି ସତର୍କ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.