ସୁନ୍ଦରଗଡ଼:-ସଦର ବ୍ଲକ ଅନ୍ତର୍ଗତ କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଥିବା ଅମିତ ପଟେଲଙ୍କ ନାମରେ ଗତକାଲି ଏକ ଗୁରୁତର ଅଭିଯୋଗ ବିଜେପି ଜିଲ୍ଲାପାଳଙ୍କ ନିକଟରେ କରିଥିଲା ଯେ ସେ ଜଣେ ସରକାରୀ କର୍ମଚାରୀ ହୋଇ ଖୋଲାଖୋଲି ଭାବେ ଶାସକ ବିଜେଡିର ଜିଲ୍ଲା ପରିଷଦ ପ୍ରାଥୀଙ୍କ ସହ ନିର୍ବାଚନ ପ୍ରଚାର କରୁଛନ୍ତି, ଏହାର ପ୍ରମାଣ ପାଇଁ ନିର୍ବାଚନ ପ୍ରଚାରର କିଛି ଫୋଟୋ ଜିଲ୍ଲାପାଳଙ୍କ ନିକଟରେ ଦେଇଥିଲେ, ଯାହା ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି, ଏହା ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି, ସେହିଭଳି ଆଜି କିରେଇ ଗ୍ରାମବାସୀ ସୁନ୍ଦରଗଡ଼ ସଦର ତହସିଲଦାର ପୁଷ୍ପକ ପ୍ରଧାନଙ୍କ ନିକଟକୁ ଆସି ଏକ ଅଭିଯୋଗ ଦେଇଛନ୍ତି ଯେ ଯୋଗାଣ ସହାୟକ ଅମିତ ପଟେଲ କୀରେଇ -ବାମରା ରାସ୍ତା ରୁ କନ୍ଦାବାହାଲ ପର୍ଯ୍ୟନ୍ତ ଏକ ସରକାରୀ ରାସ୍ତା ଉପରେ ଜୋର ଜବରଦସ୍ତି ପାଚେରୀ ନିର୍ମାଣ କରିବା ଦ୍ୱାରା ଉକ୍ତ ରାସ୍ତା ଟି ଅବରୋଧ ହୋଇଯାଇଛି, ଯାହା ଫଳରେ ସେ ଜମିକୁ ଲାଗି ରହିଥିବା ଅନ୍ୟ ରୟତି ଜମିର ମାଲିକାନା ଥିବା ଗ୍ରାମବାସୀଙ୍କ ସେହି ରାସ୍ତା ଟି ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି, ପୂର୍ବରୁ ଏ ନେଇ ଅନେକ ଥର ଦାବୀ ହୋଇଥିଲେ ମଧ୍ୟ ଏଥି ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି, ଆଜି ଏ ନେଇ ଗ୍ରାମବାସୀ ସଦର ତହସିଲଦାର ଶ୍ରୀ ପ୍ରଧାନଙ୍କୁ ତାଙ୍କ ଦୀର୍ଘ ଦିନର ଅସୁବିଧା ଜଣାଇବା ପରେ ତହସିଲଦାର ଅତି ଶୀଘ୍ର ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post