ନୀଳଗିରି: ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧୀନ ବାଉଁଶବଣିଆ ପଞ୍ଚାୟତ ରେ ସାନପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ତରଫରୁ ଏକ କୃଷକ ସଚେତନତା ଏବଂ ତାଲିମ ଶିବିର ଅନୁଷ୍ଠିତ ହୋଈ ଯାଇଛି l ଉକ୍ତ ସଚେତନତା ଶିବିର ରେ ୪ ଟି ପଞ୍ଚାୟତ ରୁ ୫୦ ରୁ ଉର୍ଦ୍ଧ ଚାଷୀ ଭାଗ ନେଇଥିବା ବେଳେ ଅନୁଷ୍ଠିତ ଏହି ସଚେତନତା ସଭା ରେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଗୋଲକ ଚନ୍ଦ୍ର ଜେନା ଙ୍କ ସଭାପତିତ୍ବ କରିଥିବା ବେଳେ ପୁରାତନ ଛାତ୍ର ସଂସଦ ର ସଭାପତି. ଡକ୍ଟର ଉପେନ୍ଦ୍ର ନାଥ ପାତ୍ର . ଉପଦେଷ୍ଟା ପଞ୍ଚାୟତ ର ସରପଞ୍ଚ ନିରଞ୍ଜନ ବାରିକ, ଅବସର ପ୍ରାପ୍ତ କୃଷି ବିଭାଗ ଉପ ନିର୍ଦେଶକ ପୂର୍ଣ୍ଣ ଚଦ୍ର ସ, ନୀଳଗିରି ଏଡିଓ ଡକ୍ଟର ସମତା ମହନ୍ତ, କନିଷ୍ଠ କୃଷି ଅଫିସର ରଘୁନାଥ ଶୁକ୍ଳl, ଔପଦା ବ୍ଲକ ହଟି କଲଚର ଅଫିସର ମାନସ ରଞ୍ଜନ ହୋତା ଏସଏମସି କମିଟି ଉପ ସଭାପତି ଅନିରୁଦ୍ଧ ବେହେରା, ଅବସର ପ୍ରାପ୍ତ ଶିକ୍ଷାବିତ ବିଦ୍ୟାଧର ପ୍ରଧାନ ଦୀପକ ବେହେରା, ଜନ୍ମଜୟ ପଟ୍ଟନାୟକ, ଶରତ ଚନ୍ଦ୍ର ପୁଷ୍ଟି ମଞ୍ଚାସିନ ରହି ଚାଷୀ ମାନଙ୍କୁ ଉଦବୋଧନ ଦେବା ସହିତ ଚାଷୀ ମାନଙ୍କୁ ନୂତନ ବିଜ୍ଞାନ କୌଶଳ ରେ ଚାଷ କରି କିଭଳି ଅଧିକ ଅମଳ କରିହେବ ଏ ନେଇ ସୂଚନା ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.