ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ପୋଲିସ ମିଡ଼ିଆ ଏନଏସି

27


ବିସର୍ଜନ ହେଲା ମାଁଙ୍କ ମୃଣୟୀ ପ୍ରତିମା

ଜି.ଉଦୟଗିରି, ୨୩/୧୦(ଅବନୀ କୁମାର ପ୍ରଧାନ )ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ଭଲ ପାଗ ରହିଥିବା ବେଳେ ଜି.ଉଦୟଗିରି ଠାରେ ମାଁ ଦୁର୍ଗା ଙ୍କ ବିଜୟ ଦଶମୀ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି | ଦୁର୍ଗା ପୂଜା ପରିଚାଳନା କମିଟି ସଭାପତି ଅରୁଣ କୁମାର ଷଢଙ୍ଗୀ ଙ୍କ ନେତୃତ୍ୱ ରେ କମିଟି ସଦସ୍ୟ, କାର୍ଯ୍ୟକାରୀ ସଦସ୍ୟଙ୍କ ପରିଶ୍ରମ ଏବଂ ଅଞ୍ଚଳବାସୀଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହ ଦଶହରା ଉତ୍ସବ ସରିଛି|ଏହି ଅବସରରେ ଗୁରୁବାର ସଂନ୍ଧ୍ୟା ବେଳେ ଗାନ୍ଧୀ ଛକ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ|ଚଳିତ ବର୍ଷ ଦୁର୍ଗାପୂଜା ର ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମ ଖବର ଗୁଡ଼ିକୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇ ଥିବା ଗଣମାଧ୍ୟମ ସଂଗଠନ ମିଡ଼ିଆ କ୍ଲବ, ପ୍ରେସ କ୍ଲବ,ଯାତ୍ରା ଅବସରରେ ଦିନ ରାତି ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ସ୍ଥାନୀୟ ପୋଲିସ ବିଭାଗ ଏବଂ ସହରକୁ ସ୍ୱଚ୍ଛ ଓ ପରିଷ୍କାର ନିମନ୍ତେ କଠିନ ପରିଶ୍ରମ କରିଥିବା ଏନଏସି ର ସାନିଟାରୀ ବିଭାଗ କୁ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚରେ ପୂଜା ପରିଚାଳନା କମିଟି ତରଫରୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା |ଶୁକ୍ରବାର ସଂଧ୍ୟାରେ ମାଁ ଙ୍କ ମୃଣୟୀ ପ୍ରତିମା ବିସର୍ଜନ କାର୍ଯ୍ୟକ୍ରମ ବେଳେ ଜି.ଉଦୟଗିରି ରୁଦ୍ର କାଳୀ ନାଟ୍ୟ ସଂଘ କଳାକାର ମାନଙ୍କ ଦ୍ୱାରା କନ୍ଧମାଳ ଆଦିବାସୀ ନୃତ୍ୟ ସହ ବିଶେଷ ଆକର୍ଷଣ କନ୍ଧମାଳ କଟପା ଏବଂ ପୁଷ୍ପା ବେଶ ଧାରୀ କଳାକାର ଙ୍କ ପଟୁଆର ଦେଖିବାକୁ ମିଳିଥିଲା|ମାଁ ଙ୍କ ମୃଣୟୀ ପ୍ରତିମା ବିସର୍ଜନ ବେଳେ ସହରର ବିଭିନ୍ନ ସ୍ଥାନ କୁ ପରିକ୍ରମା ସମୟରେ ପଟୁଆର ଦେଖିବାକୁ ପ୍ରବଳ ଗହଳି ହୋଇଥିଲା |

Leave A Reply

Your email address will not be published.