ପଦ୍ମପୁର ଏନଏସି ପକ୍ଷରୁ ସେପଟେଜ ଟ୍ରିଟମେଣ୍ଟ ପ୍ଳାଣ୍ଟର ସଫଳ ପରୀକ୍ଷଣ ।

0

ପଦ୍ମପୁର(ଶାସକପ୍ରଶାସକ): ପଦ୍ମପୁର ଏନ୍‌ଏସି ପକ୍ଷରୁ ମେହେର ପଡା ସ୍ଥିତ ସ୍ଥାପିତ ତରଳ ମଳ ଉପଚାର (ସେପଟେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ)ର ପରୀକ୍ଷଣ ହୋଇଯାଇଛି । ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜି ଏହାକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ କୃତୀବାସ ରାଉତ ଓ ପଦ୍ମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏନଏସି ସ୍ଵଚ୍ଛତା ବିଭାଗ ଅଧିକାରୀ ଦୁଷ୍ମନ୍ତ ବେହେରା ଙ୍କ ତତ୍ତ୍ଵାଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପ୍ଲାଣ୍ଟ କାର୍ଯ୍ୟକ୍ଷମ ପରେ ଦୈନିକ ୧୦ ହଜାର ଲିଟର ମଳ ଉପଚାର ହୋଇ ପାରିବ ଏବଂ ଏହାର ଶୁଷ୍କ ଅବଶେଷ ଜୈବିକ ଖତ ରୂପେ କୃଷି କାର୍ଯ୍ୟରେ ବିନିଯୋଗ ହୋଇପାରିବ । କାର୍ଯ୍ୟକ୍ରମ ପରିଚାଳନାରେ ସୌମ୍ୟ ବଲ୍ଲବ ମହାପାତ୍ର,ରଣସାୟ ସିଂ ଓ ସ୍ବୟଂ ସହାୟକ ମହିଳାମାନେ ସହାୟତା କରିଥିଲେ ।

Leave A Reply

Your email address will not be published.