ସୁନ୍ଦରଗଡ : ନିଜ ପଦବୀର ଅପବ୍ୟବହାର କରି କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅମିତ ପଟେଲ ନିର୍ବାଚନ ପ୍ରଚାରରେ ସାମିଲ ହେଉଛନ୍ତି ଓ ଏପରିକି ସେ ସଦର ବ୍ଲକ(କ)ଜୋନର ବିଜେଡି ପ୍ରାଥୀ ଅଶ୍ବିନୀ ନାୟକଙ୍କ ପାଇଁ ବିଭିନ୍ନ ସଭାରେ ଅତିଥି ଭାବେ ଯୋଗଦେବା ସହ ମଞ୍ଚରେ ପ୍ରାଥୀଙ୍କ ସହ ବସିବା ଠୁ ନେଇ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି | ବିଜେପି ନେତା ଅଂଶୁଳ ପଟେଲ ଏହି ମର୍ମରେ ଜିଲ୍ଲାପାଳଙ୍କ ନିକଟରେ ଯୋଗାଣ ସହାୟକ ଶ୍ରୀ ପଟେଲଙ୍କ ଵିତଢା଼ରେ ଅଭିଯୋଗ କରିଛନ୍ତି | ନିର୍ବାଚନକୁ ଅବାଧ ଓ ମୁକ୍ତ କରିବାକୁ ନିର୍ବାଚନ କମିଶନ ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି କହୁଥିବା ବେଲେ ଜଣେ ଯୋଗାଣ ସହାୟକ କିପରି ଭାବେ ନିର୍ବାଚନ ପ୍ରଚାର କରିବା ସହ ଅନେକଙ୍କ ନାମ ରାସନ କାର୍ଡରୁ କାଟି ଦିଆଯିବ ବୋଲି ଅଭଯୋଗ ପତ୍ରରେ ଦର୍ଶାଇଛନ୍ତି ଶ୍ରୀ ପଟେଲ | ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି |
Sign in
Sign in
Recover your password.
A password will be e-mailed to you.