ସାମ୍ବାଦିକ ରୋହିତ ବିଶ୍ଵାଳ ଓ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବରଦାତା ରୋହିତ ବିଶ୍ଵାଳ ଓ ସଂଗୀତ ବିଦୁଷୀ ଓ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକ ନିକଟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଯାଇଛି।
ସଂଘର ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ମିଶ୍ର ଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ବରିଷ୍ଠ ସଦସ୍ୟ ଅଶୋକ କୁମାର ନନ୍ଦ, ସିଦ୍ଧାର୍ଥ ଗୁରୁ, ଅଶୋକ କୁମାର ଶତପଥୀ, ପ୍ରଣବ କିଶୋର ଗୁରୁ, ବ୍ରିଜେଶ ରଞ୍ଜନ ସାହୁ, ଶଶାଙ୍କ ଶେଖର ଝାଙ୍କର, ବିଜୟ କୁମାର ମୋଦି, ତରୁଣ କୁମାର ସାହୁ, ଅନୁଜ କୁମାର ପ୍ରଧାନ, ସଞ୍ଜୀବ କୁମାର ପାଣିଗ୍ରାହୀ, ବୁଲୁ ଭୁକ୍ତା, ପୃଥିଉରାଜ ପଟ୍ଟନାୟକ, ମାନସ କୁମାର ଦ୍ବିବେଦୀ, ଟିକେଶ୍ୱର୍ ଗୁରୁ ଓ ଅବନୀ କାନ୍ତ ମିଶ୍ର ଙ୍କ ସମେତ ଅନ୍ୟ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଦିବଙ୍ଗତ ଖବରଦାତା ବିଶ୍ଵାଳ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଯୋଗଦାନ କରିଥିଲେ |ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁବାଷ ଚନ୍ଦ୍ର ଭୋଇ, କ୍ଷେତ୍ର କୁମାର ପାତ୍ର, ଦୀପକ କୁମାର ଦାସ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର କୁମାର ନାୟକ, ବିଶିଷ୍ଟ ବ୍ୟବସାୟ ସୁରଂଜିତ ମହାପାତ୍ର, କଳାକାର ଉପେନ୍ଦ୍ର ଭଞ୍ଜ ମଧ୍ୟ ସ୍ବର୍ଗତ ବିଶ୍ବାଳଙ୍କ ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ଅଶୋକ କୁମାର ନନ୍ଦ ସ୍ବର୍ଗତ ବିଶ୍ବାଳଙ୍କ ସ୍ମୁତିଚାରଣ କରିବା ସହ ତାଙ୍କୁ ସହିଦର ମାନ୍ୟତା ପ୍ରଦାନ କରାଯିବା ଠିକ୍ ହେବ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଇହଲୀଳା ସମ୍ବରଣ କରିଥିବା ସଂଗୀତ ବିଦୁଷୀ ଲତା ମଙ୍ଗେସକରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଭାରତୀୟ ସଂଗୀତ ଜଗତକୁ ଲତା ଜୀଙ୍କର ଅବଦାନ ଉପରେ ସ୍ମୃତି ଚାରଣ କରାଯିବା ସହ ଶେଷରେ ସ୍ବର୍ଗତ ବିଶ୍ବାଳ ଓ ଭାରତରତ୍ନ କୋକିଳ କଣ୍ଠୀ ଲତା ଦିଦି ମଙ୍ଗେସକର ଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Leave A Reply

Your email address will not be published.