ଇଲେଭେନ ଷ୍ଟାର କ୍ରିକେଟ କପ: ସେମିରେ ଗଡଭାଟି ।

0

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆ ରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ 11ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଗୌଡ଼ପାଲି ଧୁମାଭଟା ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଗଡ଼ଭାଟି ବରିହାପାଲି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ଗଡ଼ଭାଟି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୩ ଉଇକେଟ ରେ ୧୩୫ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଗୌଡ଼ପାଲି ୯ ଉଇକେଟ ହରାଇ ୮୩ ରନ କରି ପରାଜୟ ହୋଇଥିଲେ। ମ୍ୟାଚ ଶେଷରେ ଯୁବ ସମାଜସେବୀ ରମଣୀ ହୋତା ମୁଖ୍ୟ ଅତିଥି ଓ ବଣ୍ଟି ପାଣିଗ୍ରାହୀ, ଡିଲେଶ୍ୱର ମେହେର,ନାରାୟଣ ହୋତା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଗଡ଼ଭାଟି ଦଳର ଅଜିତଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ସୋନୁ, ସ୍ୱାଧୀନ, ସତ୍ୟ, ସୁଶୀଲ, ସୁଶାନ୍ତ,ସୁମନ୍ତ, ଅମ୍ପାୟାରିଂ, ସୋନୁ, ଲବ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ମନଓ ଦୀପକ ଧାରାବିବରଣୀ ପ୍ରଦାନ କରିଥିଲେ। ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ସାନ ଆଦି ସହଯୋଗ କରିଥିଲେ।

Leave A Reply

Your email address will not be published.