ଜଗଦଲପୁର ପୋଲିସ ର କଡା ପେଟ୍ରୋଲିଂ।

0

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାନ୍ତରେ ଥିବା ଜଗଦଲପୁର ଥାନା ଅନ୍ତର୍ଗତ ଲଉଡିଧରା,ଧଉରାଭଟା ଚାରିଛକ ମାନଙ୍କ ରେ ପ୍ରତ୍ୟହ ପୋଲିସ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯାଇଛି।ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସମ୍ଭାବ୍ୟ ହିଂସା କୁ ଏଡାଇବା ଓ ଭୋଟର ଙ୍କୁ ଭୟମୁକ୍ତ ମତଦାନ ନେଇ ପ୍ରୋତ୍ସାହନ ଦେବା ନେଇ ବରଗଡ଼ ଏସ.ପି ରାହୁଲ ଜୈନ ଜଗଦଲପୁର ଥାନା କୁ ତୋଫାନି ଗସ୍ତ ରେ ଆସି ଆଇ.ଆଇ.ସି ସୁଷମା କୁଅଁର ଙ୍କୁ ନିର୍ଦେଶ ଦେଇ ଫେରିଛନ୍ତି।ବିଭିନ୍ନ ଗ୍ରାମାଞ୍ଚଳ ଜଗଦଲପୁର ଥାନା ପକ୍ଷରୁ ବ୍ୟାପକ ପେଟ୍ରୋଲିଂ ଜାରି ରଖାଯାଇଛି।ଆଇ.ଆଇ.ସି ଶ୍ରୀମତୀ କୁଅଁର ଏବଂ ଏ.ଏସ.ଆଇ ପ୍ରଦୀପ ପାଣି ,ଏ.ଏସ.ଆଇ ଜଗବନ୍ଧୁ ନାଏକ ଓ ତାଙ୍କ ଷ୍ଟାପ ଓଡ଼ିଶା ଛତିଶଗଡ଼ ସିମାନ୍ତବର୍ତୀ ଗ୍ରାମ ମାନଙ୍କ ଗୁଡିକରେ ପେଟ୍ରୋଲିଂ ଯୋଗୁଁ ଲୋକଙ୍କ ମନରେ କକୁଆ ଭୟ ସୃଷ୍ଟି କରି କିଛି ପରିମାଣର ଚୋରା ରେ ଚାଲିଥିବା ମଦ,ଗଞ୍ଜେଇ ହ୍ରାସ ପାଇଥିବାର ଜଣାପଡେ। ଆଇ ଆଇ ସି ଶ୍ରୀମତୀ କୁଅଁର କହିଛନ୍ତି ଯିଏ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ଅଟେ ଆଇନ ଶୃଂଖଳା ରକ୍ଷା ନ କରେ ସେ ପୋଲିସ କୁ ଦେଖି ଭୟକରେ।ଦିବାରାତ୍ର ୨୪ ଘଣ୍ଟା ପୋଲିସ ସାଧାରଣ ଜନତାଙ୍କ ସେବାରେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।ତେଣୁ ପୋଲିସ କୁ ଭୟ ନ କରିବାକୁ ସାଧାରଣ ଜନତାକୁ କହିଛନ୍ତି।

Leave A Reply

Your email address will not be published.