ମୋବାଇଲରେ ଅର୍ଡର, ଜାଗା ଉପରେ ମଦ ଡେଲିଭରି

0

ପୋଲିସ ପ୍ରଶାସନ ଜାଣି ଅଜଣା: ଯୁବପୀଢ଼ି ପଥଭ୍ରଷ୍ଟ, ନିଶା ମାଫିଆ ମାଲାମାଲ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) – ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ଅଣଦେଖା ନୀତି ଯୋଗୁଁ ମଦ ମାଫିଆ ମାନେ ସ୍ଥାନୀୟ ଅଂଚଲରେ ଆଉ ଇନ୍ଦ୍ର ଚନ୍ଦ୍ର କିଛି ମାନୁ ନାହାନ୍ତି | ଯାହା ଚାହୁଁଛନ୍ତି ତାହା କରୁଛନ୍ତି | ଓଲଟା ଏବେ ନିଶା ମାଫିଆ ମାନେ ପାଦେ ଆଗେଇଯାଇ ନିଜ ନିଜର ବ୍ୟବସାୟର ତରିକାରେ ପରିବର୍ତ୍ତନ ଆଣିଛନ୍ତି | ମୋବାଇଲ ଫୋନରେ ନିଶା ବ୍ୟବସାୟ କହିଲେ କିଛି ଭୁଲ ହେବ ନାହିଁ | ତେବେ ବେଆଇନ ଭାବେ ଦେଶୀ ବିଦେଶୀ ମଦର ଅବାଧ କାରବାର କରୁଥିବା ମଦ ମାଫିଆ ମାନେ ବର୍ତ୍ତମାନ ଯୁବପିଢୀ ମାନଙ୍କୁ ଟାର୍ଗେଟ କରିଛନ୍ତି ! ମାତ୍ର କିଛି ଟଙ୍କା ଓ ପିଇବା ପାଇଁ ମଦ ଏବଂ ବାଇକର ଲୋଭ ଦେଖାଇ ବିପଦ ମୁହଁକୁ ଠେଲିଦେଉଥିବା ବେଳେ ନିଯେ ମାଲାମାଲ ହେଉଥିବାର ଦେଖିବାକୁ ମିଳୁଛି | ତେବେ ପାଟଣାଗଡ଼ ଥାନା ବିଜ୍ଞାପିତ ଅଞ୍ଚଳ ପରିଷଦରେ ହୋମ ଡେଲିଭରି ଦେଉଥିବା ମଦ ମାଫିଆ ମାନେ ସକ୍ରିୟ ହୋଇ ଉଠିଥିବା ବେଳେ କିନ୍ତୁ ପ୍ରତେକ ବେଆଇନ ନିଶା ମାଫିଆଙ୍କ ପାଖରେ ଦଶରୁ ବାର ଜଣ ଲେଖାଏଁ ନୂତନ ଭାବେ କଲେଜରେ ପାଦ ରଖୁଥିବା ଯୁବକ ନିୟୋଜିତ ହୋଇଛନ୍ତି | ମୁଖ୍ୟ ମଦ ମାଫିଆ ଜଣକ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର (ୱାର୍ଡ ନଂ ୧) ଭାଟିଶାଲ ପଡ଼ାର ଜନୈକ ଯୁବକ ବୋଲି ସ୍ଥାନୀୟ ଅଞ୍ଚଳରେ କାହାକୁ ଅଜଣା ନାହିଁ | ଉକ୍ତ ମଦ ମାଫିଆ ଜଣକ ନିଗ୍ରୋ ବୋଲି କହିଲେ ବି ଭୁଲ ହେବନି | ଏ ପ୍ରକାର ମଦ କାରବାର ପୋଲିସ ଓ ଅବକାରୀ ବିଭାଗର ଆଖିକୁ ଦେଖାଯାଉନାହିଁ ତାହା ମାଁ ଗଙ୍ଗେଇଙ୍କୁ ଜଣା |ଫଳରେ ଅଞ୍ଚଳ ବାସୀଙ୍କ ପାଇଁ ମନ୍ଦ କପାଳ ବୋଲି ସାଧାରଣରେ ସମାଲୋଚନା ହେଉଥିବା ଶୁଣା ଯାଉଛି | ପୋଲିସ ବିଭାଗ ଜାଣି ଅଜଣା ନା ଅଜଣା ଅଭିନୟ ଯେ ଆପେ ଆପେ ବୁଝାପଡିଯାଉଛି | ଗ୍ରାହକ ପାଖକୁ ମଦ ଯୋଗାଇବା ପାଇଁ ଜଣେ ଜଣେ ମାଫିଆ ଏକାଧିକ ଯୁବକଙ୍କୁ ଏକାଧିକ ବାଇକ ଦେଇ ବେଆଇନ କାର୍ଯ୍ୟରେ ନିୟୋଜିତ କରିଥିବାର ଜଣାଯାଇଛି | ତେବେ ଆଖିଆଗରେ ଯେଉଁ ଯୁବ ପୀଢ଼ିଙ୍କର ଭବିଷ୍ୟତ ରହିଛି ସେହି ଯୁବପିଢୀଙ୍କୁ ପ୍ରଲୋଭନ ଦେଖାଇ ପଥଭ୍ରଷ୍ଟ କରୁଥିବା ମଦ ମାଫିଆଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି | ଏଣୁ ଜିଲ୍ଲା ପୋଲିସ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସମସ୍ତ ମହଳରୁ ଦାବୀ ପ୍ରକାଶ ପାଇଛି |

Leave A Reply

Your email address will not be published.