କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ବିଶାଳ ବାଇକ ସଭା ଯାତ୍ରା ସହ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି ।ଏଅବସରରେ ରାୟଗଡା ଜିଲ୍ଲା କଂଗ୍ରେସ ଦଳର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମାନିୟ ଅତିଥି ଭାବେ ଜିଲ୍ଲା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ,ବିଷମକଟକର ଯୁବ ସଭାପତି ନୀଳମାଧବ ଉଲ୍ଲକା, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବରିଷ୍ଠ କଂଗ୍ରେସ ନେତା ଆପୁଲୁ ସ୍ୱାମୀ କୌଶଲ୍ୟା, ସମେତ ନିର୍ବାଚନରେ ପ୍ରାର୍ଥୀ ” କ ” ଜୋନର ଜିଲ୍ଲାପରିସଦ ସଦସ୍ୟ ଅଶ୍ୱିନୀ କୁମାର ମହାପାତ୍ର, ସରପଞ୍ଚ ପ୍ରାର୍ଥୀ ଗୌତମ ବାର୍ଲି,ସମିତି ସଭ୍ୟା ସସ୍ମିତା କାଡ୍ରାକା ପ୍ରମୁଖ ମଞ୍ଚାସିନ ରହିଥିଲେ । ମୁଖ୍ୟ ଅତିଥି ଙ୍କ ଦ୍ଵାରା ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଚଳିତ ନିର୍ବାଚନରେ ଯେମିତି ବାଜିମାତ ମାରିବା ସେବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟକ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post