ଜଗତସିଂହପୁର – ତିର୍ତ୍ତୋଲ ବ୍ଲକ ରେ ଗତ କିଛି ଦିନ ହେବ ବିଜେଡି ଦଳରୁ ବହିଷ୍କାର ପର୍ବ ଚାଲିଛି. ତେନ୍ତୁଳିପଦା ସରପଞ୍ଚ ଲଷ୍ମୀପ୍ରିୟା ବେହେରା, ମୂଳିସିଂଙ୍ଗ ର ସଭାପତି ରମେଶ ଦାସ ଙ୍କୁ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଦଳରୁ ବହିଷ୍କାର କରିଥିଲେ. ଗତ କାଲି ଜଗନ୍ନାଥ ପୁର ସରପଞ୍ଚ ସୀଲ୍ଲାରଣୀ ଖଣ୍ଡୁଆଳ, ଗୋବିନ୍ଦପୁର ସରପଞ୍ଚ ରମେଶ ଚନ୍ଦ୍ର କୁଅଁର ଙ୍କୁ ବିଜେଡି ଦଳ ରୁ ଦଳ ବିରୋଧ କାର୍ଯ୍ୟପାଇଁ ବହିଷ୍କାର କରିଥିଲେ. ଆଜି ଚାରି ନମ୍ବର ଜୋନର ପର୍ଯ୍ୟବେକ୍ଷକ ମନୋଜ ମହାନ୍ତି ଙ୍କ ଅନୁରୋଧ କ୍ରମେ ବ୍ଲକ ସଭାପତି ଶ୍ରୀଯୁକ୍ତ ବିଶ୍ୱାଳ କଟରା ପଂଚାୟତର ଅଶୋକ କୁମାର ମଲ୍ଲ ଓ ହଜିନଗର ଗ୍ରାମର ପ୍ରସନ୍ନ ରାୟ (ଗଗନ )ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଥିବା ସୂଚନା ମିଳିଛି. ବିଜେଡି ଦଳ ଭିତରୁ ପ୍ରତେକ ଦିନ ଲୋକ ପ୍ରତିନିଧି ଓ କର୍ମୀ ମାନଙ୍କୁ ବହିଷ୍କାର କରାଯାଉଥିବା ନେଇ ତିର୍ତ୍ତୋଲ ରାଜନୀତି ସର ଗରମ ହେବାରେ ଲାଗିଛି. ଯାହା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦଳ ପାଇଁ ବୁମେରାଙ୍ଗ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି. )
Sign in
Sign in
Recover your password.
A password will be e-mailed to you.
Next Post