ରାଉରକେଲା (ବସନ୍ତ କୁମାର ଜେନା) ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡିକ ନିଜ ପ୍ରଚାର ପ୍ରସାର ଜୋରଦାର ଚଳାଇ ଥିବାର ଜଣାପଡିଛି । ଏହି କ୍ରମରେ ଆଜି ବିଜେଡି ବିଜେପି ଗଡରେ ପଶି ମିଶ୍ରଣ ପର୍ବ ଓ ବୈଠକ କରିବା ଘଟଣା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦଳୀୟ ସୂତ୍ରରୁ ପ୍ରକାଶ ଯେ , ଟାଙ୍ଗରପାଲି ବ୍ଲକ ତସଲାଡିହି ପଞ୍ଚାୟତର କନକଯୋରା ଗ୍ରାମରେ ରାଜ୍ୟ ବିଜୁ ଯୁବ ଜନତା ଦଳର ପୂର୍ବତନ ସାଧାରଣ ସମ୍ପାଦକ ସୁମନ୍ତ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ମିଶ୍ରଣ ପର୍ବ ଓ ପ୍ରାର୍ଥୀଙ୍କୁ ନେଇ ପ୍ରଚାର କାର୍ଯ୍ୟକ୍ରମ କରାଯାଇଥିଲା । ଟାଙ୍ଗରପାଲି ବ୍ଲକ ଖ ଜୋନ ଜିଲା ପରିଷଦ ଦଳୀୟ ପ୍ରାର୍ଥୀ ସୁଶ୍ରୀ କୁନ୍ତି ପ୍ରଧାନ ଭୋଟର ଭାଇ ଭଉଣୀମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରିବା ସହ ନବୀନ ବାବୁଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦଳୀୟ ସହ ପର୍ଯ୍ୟବେକ୍ଷକ ଦେବାଷିଶ ମଲ୍ଲିକ ପରିଚାଳନା କରିଥିବା ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଯୋଗେଷ କୁମାର ସିଂ, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରି ରଞ୍ଜନା ପଣ୍ଡା, ବ୍ଲକ ଯୁବ ସଭାପତି ଅଜିତ ସିଂ, ବରିଷ୍ଠ ନେତା କୃଷ୍ଣ ପଣ୍ଡା, ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ନବୀନ ବାବୁଙ୍କ ଲୋକାଭିମୁଖୀ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଓ ଯୁବକ ବିଜେଡିରେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.