ସୁକରପଡ଼ା ସେବା ସମବାୟ ସମିତିରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ ସଂଗ୍ରହ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି):- ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସୁକରପଡ଼ା ସେବା ସମବାୟ ସମିତି ତରଫରୁ ଧାନସଂଗ୍ରହ ଜାରି ରହିଛି । ସୁକରପଡ଼ା ସେବା ସମବାୟ ସମିତିରୁ ଚଳିତ ୨୦୨୧-୨୨ ବର୍ଷର ଖରିଫ ଧାନ ମିଲର ମାଧ୍ୟମରେ କିଣାଯାଉଛି । ସୁକରପଡ଼ା ସେବା ସମବାୟ ସମିତିର ସମ୍ପାଦକ ଜିତେନ୍ଦ୍ର କୁମାର ଘଡେ଼ଇ, ହିସାବରକ୍ଷକ ଅକ୍ଷୟ କୁମାର ଘଡେ଼ଇ,ପ୍ୟାଡ଼ି କମିଟିର ସଭ୍ୟ ସମାଜସେବୀ ମୃତୁ୍ୟଞ୍ଜୟ ସ୍ୱାଇଁ,ଭାଗବତ ଷଢଙ୍ଗୀ,କୈଳାସ ସ୍ୱାଇଁ,ଜ୍ୟୋତିପ୍ରକାଶ ସ୍ୱାଇଁ ,ଅଜୟ କୁମାର ପଣ୍ଡା,ସେକ ସଲାଉଦ୍ଧିନ୍ ,ଆରଏମସିର ସଭ୍ୟ ସେକ୍ ମହମ୍ମଦ ଇଦ୍ରିସ ଯୋଗଦାନ କରିଥିଲେ । ମୋଟ୍ ୪୭୦ ଜଣ ଚାଷୀ ପଞ୍ଜିକରଣ କରିଥିଲା ବେଳେ ପ୍ରଥମ ଦିନ ଚାଷୀଙ୍କ ଠାରୁ ୨୭୩୨କ୍ୱି ।ଲ ,ଦ୍ୱିତୀୟ ବାରିରେ ଚାଷୀଙ୍କ ଠାରୁ ୧୫୦୪ କ୍ୱି ।ଲ ଧାନ ସଂଗ୍ରହ କରାଯାଇଛି । ତେବେ ମଣ୍ଡିରେ ଚାଷୀମାନଙ୍କ ଅଭିଯୋଗ ଥିଲା କି ଗୋଟିଏ ମଣ୍ଡିରେ ସରକାରଙ୍କ ତରଫରୁ ଗୋଟିଏ ମିଲର ବଦଳରେ ଦୁଇଟି ମିଲର ରଖାଯାଉ ନଚେତ୍ ସରକାରଙ୍କ ତରଫରୁ ଧାନଦେବାର ସମୟସୀମାକୁ ବୃଦ୍ଧି କରାଯାଉ ଯାହାଫଳରେ ସମସ୍ତ ଚାଷୀମାନେ ଧାନ ଦେଇପାରିବେ ।

Leave A Reply

Your email address will not be published.