ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡିର ରାଜାସାହେବ ଶ୍ରୀଯୁକ୍ତ ଉଦୟ ନାରାୟଣ ଦେବଙ୍କ ୮୬ ବର୍ଷ ବୟସରେ ଗତକାଲି ରାତି ୧୧.୦୦ ବେଳେ ଭୁବନେଶ୍ବର ସ୍ଥିତ ଏକ ହସପିଟାଲରେ ଦେହାନ୍ତ ହୋଇଯାଇଛି ।
ସେ ୨୦-୧୦-୧୯୩୫ ମସିହାରେ ପୋଡ଼ାମାରି ଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ସେ ସାନଖେମୁଣ୍ଡିର ରାଜା ସାହେବ ଭାବେ ନିଜର ଦାୟିତ୍ବ ତୁଲାଇବା ସହ ମୋହନା ନିର୍ବାଚନ ମଣ୍ଡଳୀରୁ ତିନିଥର ଯଥା ୧୯୭୪ , ୧୯୭୭ ଏବଂ ୧୯୮୦ ମସିହାରେ ବିଧାୟକ ନିର୍ବାଚିତ ହୋଇଥିଲେ ।
ସେ ବିଧାୟକ ଥିବା ସମୟରେ ବହୁତ ଜନହିତକର କାର୍ଯ୍ୟ କରି ଲୋକମାନଙ୍କର ପ୍ରିୟ ପାତ୍ର ହୋଇଥିଲେ ।ଜନମାନସରେ ସେ ବିଶ୍ବ ବିଖ୍ୟାତ ବିହଙ୍ଗ ବିଜ୍ଞାନୀ ଭାବେ ପରିଚିତ ଥିଲେ।
ତାଙ୍କର ଏହି ଦୁଃଖଦ ବିୟୋଗରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହି ପ୍ରଜ୍ଞାପୁରୁଷଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.