ପଦ୍ମପୁର ଅବକାରୀ ବିଭାଗର ଧରପଗଡ ବ୍ୟାପକ ମହୁଲ ପୋଚ ଜବତ

0

ପଦ୍ମପୁର (ଶାସକ ପ୍ରଶାସକ)- ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ହେମକାନ୍ତ ସୁନା ସଦଳବଳେ ବୁଡେନ ଥାନା ଅନ୍ତର୍ଗତ ଗୁଠୁର୍ଲା ଗାଁର ରାଜେନ୍ଦ୍ର କନ୍ଦା ତାର ଜମିରେ ମଦ ରାନ୍ଧୁଥିବା ସମୟରେ ଅତର୍କିତ ଚଢ଼ାଉ କରି ୩୦ ଲିଟର ଦେଶି ମଦ, ୪ଟି ଡ୍ରମ ଓ ଗୋଟିଏ ସେଟ୍ ମଦରନ୍ଧା ହାଣ୍ଡି ଜବତ କରିବା ସହ ୪୦୦ କେଜି ମହୁଲ ପୋଚ ନଷ୍ଟ କରିଥିଲେ ଓ ଅଭିଯୁକ୍ତ ରାଜେନ୍ଦ୍ର କନ୍ଦା କୁ ଗିରଫ କରିଥିଲେ । ସେହିପରି ପଦ୍ମପୁର ଥାନା ଲୁହାରପାଲି ଅନ୍ତର୍ଗତ ପତ୍ରା ଜଙ୍ଗଲ ରେ ଚଢ଼ାଉ କରି ଗୋଟିଏ ସେଟ୍ ମଦରନ୍ଧା ହାଣ୍ଡି ଜବତ କରିବା ସହ ୩୦୦କେଜି ମହୁଲ ପୋଚ ନଷ୍ଟ କରିଥିଲେ। ଏହି ଚଢ଼ାଉ ରେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ହେମକାନ୍ତ ସୁନା ଙ୍କ ସହ ପ୍ରଶାନ୍ତ ବାଗ, ଅମିତ ଦୀପ, ସୁବାଶିନି ଭୋଇ ନମୋବତି ମଲ୍ଲିକ ଓ ରାକେଶ ସାହୁ ସାମିଲ ଥିଲେ ।

Leave A Reply

Your email address will not be published.