ଭୂବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଥିବାର ପ୍ରମାଣିତ ହେବା ସତ୍ୱେ ରାଜ୍ୟ ନିର୍ବାଚନ କମିଶନ ନୀରବତା ଅବଲମ୍ବନ କରିବା ଏବଂ କୈାଣସି ପଦକ୍ଷେପ ଗ୍ରହଣ ନକରିବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ଅନ୍ୟ ପଟେ ଶାସକ ବିଜେଡି ନିର୍ବାଚନୀ ହିଂସାରୁ ନିବୃତ ରହିବାକୁ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଗତ ଜାନୁଆରୀ ୨୧ ତାରିଖରେ ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ଶ୍ରୀ ପ୍ରଦୀପ କୁମାର ମାଡକାମୀଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତିନି ଜଣ ଅଜ୍ଞାତ ବ୍ୟକ୍ତି ବିଚ୍ ବଜାରରେ ଧମକ ଦେବା ସହ ଜୀବନରୁ ମାରି ଦେବାର ମଧ୍ୟ ଧମକ ଦେଇଥିଲେ । ପୁଣି ଗତ ୩୧ ତାରିଖ ଦିନ ତିନି ଜଣ ମୁଖା ପିନ୍ଧା ଅଜ୍ଞାତ ବ୍ୟକ୍ତି ଶ୍ରୀ ମାଡକାମୀଙ୍କୁ ଆକ୍ରମଣ ସହ ମୁହଁରେ କପଡା ବାନ୍ଧି ଅପହରଣ କରିଥିଲେ । କିଛି ବାଟ ଗଲା ପରେ ତାଙ୍କୁ ନିର୍ବାଚନ ପ୍ରଚାର ନକରିବାକୁ ବାଧ୍ୟ କରିଥିଲେ ଏବଂ ଏଥିରୁ ନିବୃତ ନହେଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଭୟଭୀତ କରିଥିଲେ । ଦିନ ଦ୍ୱିପହରରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଗୁଣ୍ଡାମାନଙ୍କ ଧମକ ଅତ୍ୟନ୍ତ ନିନ୍ଦନୀୟ ।
ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ଜୋନ ବିଜେପି ଦଳୀୟ ପ୍ରାର୍ଥୀ ଶ୍ରୀମତି ରିନା କବାସିଙ୍କୁ ଗତ ଜାନୁଆରୀ ୨୩ ତାରିଖ ଦିନ ଅପହରଣ କରି ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଓ ଲାଂଚ ପ୍ରଦାନ କରିଥିବା ହୋମଗାର୍ଡ ସୁଧୀର ସ୍ୱାଇଁଙ୍କ ବିରୋଧରେ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ଗତ କାଲି ଭଦ୍ରକ ବ୍ଲକରେ ବିଜେପି କାର୍ଯ୍ୟକର୍ତା ଶୁବାଷିସ୍ ଗିରିଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ନିର୍ମମ ହତ୍ୟା କରାଯିବା ଏବଂ ଅଭିଯୁକ୍ତଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ସମସ୍ତଙ୍କୁ ଆଚମ୍ବିତ କରିବା ସହିତ ଭୟମୁକ୍ତ ନିର୍ବାଚନକୁ ନେଇ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି ।
କନ୍ଧମାଳ ଜିଲ୍ଲାପାଳ ଶ୍ରୀମତୀ ଡି.ବୃନ୍ଦା ଦୀର୍ଘ ୭ ବର୍ଷ ହେଲାଣି ଜିଲ୍ଲାପାଳ ଭାବେ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଅଛନ୍ତି । ନିଜ ପଦର ଅପବ୍ୟବହାର କରି ଶ୍ରୀମତୀ ବୃନ୍ଦା ଶାସକ ବିଜେଡି ଓ ବିଜେଡି ନେତୃବୃନ୍ଦଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଏପରିକି ବିଜେପି ଦଳର କୈାଣସି ଅଭିଯୋଗକୁ କର୍ଣ୍ଣପାତ ମଧ୍ୟ କରୁନାହାନ୍ତି । ଅନ୍ୟ ପଟେ ଜିଲ୍ଲାପାଳ ଶ୍ରୀମତୀ ବୃନ୍ଦାଙ୍କ ଡାକ୍ତର ସ୍ୱାମୀ ସ୍ଥାନୀୟ ସାଂସଦଙ୍କ ମାଲିକାନାରେ ଥିବା କିମ୍ସ ମେଡିକାଲ ଓ ହସପିଟାଲରେ କାର୍ଯ୍ୟରତ ଅଛନ୍ତି । ଏହା ସଂପୂର୍ଣ୍ଣ ରୂପେ ‘ବ୍ୟକ୍ତିଗତ ସ୍ୱାର୍ଥ’ ଏବଂ ‘ପ୍ରତିଦାନ’କୁ ଚରିତାର୍ଥ କରୁଛି । ତୁରନ୍ତ ଶ୍ରୀମତୀ ବୃନ୍ଦାଙ୍କୁ ଦାୟୀତ୍ୱମୁକ୍ତ କରାଯାଉ । ଏଭଳି ଅଭିଯୋଗକୁ ନେଇ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ।
ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଗଣମାଧ୍ୟମ ସହ ସଂଯୋଜକ ସୁଜିତ୍ କୁମାର୍ ଦାସ୍, ଜୟନ୍ତୀ ପଢିଆରୀ, ବସନ୍ତ ପଢିଆରୀ ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.