ଓଡିଶା ବିକାଶର ୪୮ମାସ ସଫଳତା ସମ୍ପର୍କରେ ବୁଦ୍ଧିଜୀବୀ ସମ୍ମିଳନୀ 

0

04-08-18-bjp.jpg - 83.99 kB

ବାଲିକୁଦା (ସୁଶାନ୍ତ ମହାନ୍ତି) -ବାଲିକୁଦା ବ୍ଳକ ଅର୍ନ୍ତଗତ କଣିଆ ସ୍ଥିତ ମହାଲକ୍ଷ୍ମୀ କଂମ୍ପେ୍ଳକ୍ସ ରେ ଭାରତୀୟ ଜନତା ପାର୍ଟି  ପକ୍ଷରୁ ସଂଯୋଜକ ଆଡ୍ଭୋକେଟ୍ ପ୍ରକାଶ ଚନ୍ଦ୍ର ପ୍ରଧାନ ଙ୍କ ସହାୟତାରେ ଏକ ଦିବ୍ୟ ଭାରତ, ଏକ ଶକ୍ତିଶାଳି ଭାରତ,ଏକ ଶ୍ରେଷ୍ଠ  ଭାରତ ଗଠନ ପ୍ରକ୍ରିୟାରେ  ବିଜେପି  ସରକାରଙ୍କ ଯଶ୍ୱସି ଉପଲବ୍ଦି ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଓଡିଶା ବିକାଶର ୪୮ମାସ ର ସଫଳତା ସମ୍ପର୍କରେ ଆଲୋଚନା ଚକ୍ର ଏବଂ ବୁଦ୍ଧିଜିବୀ ସମ୍ମିଳନୀ  ଆୟୋଜିତ ହୋଇଯାଇଛି । ଉକ୍ତ ବୁଦ୍ଧିଜୀବୀ  ସମ୍ମିଳନୀରେ ବାଲିକୁଦା -ଏରସମାର ବୟଷ୍କ ତଥା ବୁଦ୍ଧି ଜିବୀ ମାନେ ଉପସ୍ଥିତ ହୋଇ ଭା.ଜ.ପା ସରକାରଙ୍କ ଦ୍ୱାରା  ପ୍ରାୟୋଜିତ ଯୋଜନାର ସଫଳତା ସମ୍ପର୍କରେ  ଆଲୋଚାନା  କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟି  ମେମ୍ବର ତଥା ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟ  ପ୍ରତାପ ମିଶ୍ର, ବାଲିକୁଦା ଏରସମାର ଜନପ୍ରୀୟ ବିଜେପି  ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ରଘୁନନ୍ଦନ ଦାସ, ଜିଲ୍ଲ ସାସାଧାରଣ ସମ୍ପାଦକ ମୋହିତ କୁମାର ମହାନ୍ତି, ଅମିତା ଦାସ ପ୍ରମୁଖ ସାମିଲ ହୋଇ ଉପସ୍ଥିତ ବୁଦ୍ଧିଜିବୀ ମାନଙ୍କୁ  ମୋଦିଜୀଙ୍କ ଯୋଜନାକୁ ରାଜ୍ୟ ସରକାର କିପରି ନକଲ କରି ରୂପ ବଦଳାଇ ସବୁ ବିଜୁ ଯୋଜନା ନାମ ଲେଖି ନବୀନ ବାବୁ  ବାହାବା ନେଉଛନ୍ତି ସେ ସମ୍ପର୍କରେ ବୁଝାଇଥିଲେ  । ଏହି ଅବସରରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବକ୍ତବ୍ୟ ରଖିବା ସହ ପ୍ରକୃତ ଯୋଜନା କେନ୍ଦ୍ର ସରକାରଙ୍କ ର ବୋଲି ଅବଶ୍ୟ ସ୍ୱୀକାର କରିଥିଲେ । ଉକ୍ତ ସମ୍ମିଳନୀରେ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଶେଷରେ ମହିଳା ନେତ୍ରୀ ଅମିତା ଦାସ ଧନ୍ୟବାଦ ଦେଇ ସମ୍ମିଳନୀର ଅନ୍ତ ଘଟାଇଥିଲେ । 

Leave A Reply

Your email address will not be published.