ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )- ରଜା ଘରେ ଦୀର୍ଘବର୍ଷ ଶାସନ କଲେ ଆଉ କିଛି କଲେ ନାହିଁ !ମୁଇଁ ଆସିଲା ପରେ ସମସ୍ୟା ଗୁଡ଼ାଲା ! ତାପରେ କାମ କରିବି ବୋଲି ଭାବିଲାକେ କରୋନା କଥାସୁନା ଆସିଲା !ଫେରବି ଖୁସି ରୁହ ସବୁ କାମର ଟେଣ୍ଡର ହେଇଛେ!
ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ସରୋଜ ମେହେର ବେଲପଡ଼ା ନିର୍ବାଚନ ପ୍ରଚାର ଗ୍ରସ୍ତରେ ଆସି ଆଶାୟୀ ସମର୍ଥିତ ପ୍ରାଥୀଙ୍କର ପାଇଁ ପ୍ରଚାର କାର୍ଯ୍ୟ କରୁଥିଲେ ! ସେଥିରେ ସେ ଜନସାଧାରଣଙ୍କୁ ଅର୍ଥାତ ଗ୍ରାମବାସୀଙ୍କୁ ସରକାରଙ୍କର ଜନକଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ କହୁଥିଲେ! ହେଲେ ନଛୋଡ ବନ୍ଧା ଲୋକେ ତାହା ଶୁଣିନଥିଲେ ! ଗାଁରେ ସୋଲାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକରି କରାଯାଇଥିଲେ ସୁଦ୍ଧା ପାଣି ଆସୁନଥିବା,ପ୍ରତିଶୃତି ଦେଇଥିଲେ ମଧ୍ୟ ମନ୍ଦିରକୁ ଅନୁଦାନ ଦେଇନଥିବା, ଭାଷଣ ଦେଉଥିଲେ ମଧ୍ୟ ଲୋକଙ୍କୁ ରାସ୍ତା ଏବଂ ଆବାସ ଯୋଜନାର ଫାଇଦା କିଛି ମିଳିନଥିବାର ନେଇ ଅଭିଯୋଗ କରିଥିଲେ ! ବିଧାୟକ ଶ୍ରୀ ମେହେର ନିଜର ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ସିଧା ସଳଖ ରଜା ଘରକୁ ଟାର୍ଗେଟ କରି ସେମାନେ ପୂର୍ବରୁ କିଛି କରିନଥିବା କହିଥିଲେ ! ଆହୁରି ମଧ୍ୟ, ସେ ନିଯେ ବିଧାୟକ ହେବା ପରେ ଜୋଶରେ ହୋସ ବୁଡାଇ କନିଷ୍ଠ ଯନ୍ତ୍ରୀଙ୍କୁ ଉଟବସ କରିବା ଘଟଣା ଏବଂ କରୋନା ମହାମାରୀର ଲକଡାଉନ /ସତଡାଉନ ହେତୁ ମଧ୍ୟ କିଛି ଆଖିଦୃଶିଆ କାମ କରିପାରି ନଥିବା ନିଯେ ସ୍ୱୀକାର କରିଥିଲେ! ବିଧାୟକଙ୍କର ଏହି ଉକ୍ତିକୁ ନେଇ ସର୍ବ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ମାନ ଶୁଣିବାକୁ ମିଳିଛି!ବିଧାୟକଙ୍କ କହିବା ମତେ,ଯେମିତି ରଜାଘରେ କିଛି କରିପାରି ନାହାନ୍ତି, ସେ ମଧ୍ୟ କିଛି କରିପାରି ନାହାନ୍ତି ପ୍ରତିକ୍ରୟା ଶୁଣି!କିଏ କହୁଥିଲା ଗୋଟିଏ ହାଣ୍ଡିର ଭାତ ବୋଲିତ କିଏ କହୁଥିଲା ତ ଆଉ କିଏ,’ ତୁତ ମୁତୁରି, ମୁତ ମୁତୁରି ! ହେସ କାହିଁ ପାଇଁ ଧୋଇବା ନିତୀ ଏହା ବୋଲି କୁହା କୁହି ହଉଥିଲେ ! ସେମିତି ଆଉ କିଛି ଲୋକେ ” ଅକ୍ସରା କେ ଅକ୍ସରୀ,ଦୈବ ଦେଇଛି ଭେଟକରି ” ବୋଲି ଚର୍ଚ୍ଚା ଥମିବାର ନାଁ ନେଉନି!!!!
Sign in
Sign in
Recover your password.
A password will be e-mailed to you.