ଭିଜିଲାନ୍ସ ହାତରେ ଧରାପଡିଗଲେ ଟିପିଏନଓ ଡ଼ିଏଲର ବାଙ୍ଗିରିପୋସି କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା ।

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ହାତରେ ଧରାପଡିଗଲେ ବାଙ୍ଗିରିପୋଷୀ ଇଲେକ୍ଟ୍ରିକ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା। ସୁଚନା ମୁତାବକ ବାଙ୍ଗିରିପୋଷୀ ବ୍ଲକର ନୁଆବସାଣ ଅଞ୍ଚଳର ଅସିତ ସାହୁ ନାମକ ଜଣେ ଗ୍ରାହକଙ୍କ ଘରକୁ ୬ଟି ଖୁଣ୍ଟ ସହ ବିଦ୍ୟୁତ କନେକସନ୍ ଦେବା ପାଇଁ ୨୦ହଜାର ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ । ଅଗ୍ରୀମ ୧୦ହଜାର ଟଙ୍କା ଦେଇ ସାରିଥିବା ବେଳେ ଆଜି ଅବଶିଷ୍ଟ ୧୦ ହଜାର ଟଙ୍କା ନେବା ସମୟରେ ବାରିପଦା ଭିଜିଲାନ୍ସ ହାତରେ ଧରାପଡିଗଲେ ଯନ୍ତ୍ରୀ ଜଗନ୍ନାଥ ବେହେରା । ଜଗନ୍ନାଥଙ୍କୁ ଭିଜିଲାନ୍ସ ବିଭାଗ ନୁଆବସାଣ ଅଞ୍ଚଳରୁ ରଙ୍ଗେ ହାତରେ ଗିରଫ କରିବା ପରେ ବାରିପଦା ଭିଜିଲାନ୍ସ ଡିଏସପି ଙ୍କ କିର୍ଯ୍ୟାଳୟକୁ ଆଣାଯାଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.