ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ବନାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ବାରହା ଶିକାର କରୁଥିବା ଦୁଇ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ବଡ଼ବିଲ ବନାଞ୍ଚଳ ଅଧିକାରୀ ସଂଜୀବ କୁମାର ରାଉତଙ୍କ ସୂଚନା ଅନୁସାରେ ଗତ ୩୦ ତାରିଖ ରାତିରେ ବାରହା ଶିକାର ନିମନ୍ତେ ଜିଆଇ ତାର ବିଛାଯାଇ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଏକ ବାରହା ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିବା ସହିତ ସଟସର୍କିଟ ହୋଇ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଥିଲା। ଏହାର ସୂଚନା ଜିଲ୍ଲା ବନଖଣ୍ଡ ଅଧିକାରୀ ପାଇବା ପରେ ଖବର ପାଇ ବଡ଼ବିଲ ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗରେ ଏକ ବାରହା ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ କିଛି ସମୟ ପରେ ମୃତ ବାରହାକୁ ନେବା ପାଇଁ ଦୁଇ ଜଣ ଶିକାରୀ ସେଠାକୁ ଆସିବା ବେଳେ ବନ ବିଭାଗ କର୍ମଚାରୀ ତାଙ୍କୁ କାବୁ କରି ଗିରଫ କରିଥିଲେ। ଗିରଫ ଦୁଇ ଜଣ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ରୋଇଡା କ୍ୟାମ୍ପ ହଟିଙ୍ଗର ସାଲିମ ମୁଣ୍ଡା ଓ ଅନିଲ ଓରାମ। ବଡ଼ବିଲ ବନ ବିଭାଗ ଦ୍ୱାରା ସେମାନଙ୍କ ନିକଟରୁ ଓଡ଼ି୦୯ପି୪୫୮୦ ନମ୍ବର ବିଶିଷ୍ଟ ଏକ ବାଇକ, ଶିକାରରେ ବ୍ୟବହୃତ ଜି ଆଇ ତାର ଜବତ କରିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.