ଆଦର୍ଶ ଯୁବ ପ୍ରତିଭା କୃଷି ଅଫିସର ତୁଷାରଙ୍କ ସ୍ମୃତିସଭା ଅନୁଷ୍ଠିତ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତ ଟାଇଁକୁଳ ଗ୍ରାମର ଆଦର୍ଶ ଯୁବ ପ୍ରତିଭା ସରକାରୀ କୃଷି ଅଫିସର ତୁଷାର ରଞ୍ଜନ ସ୍ୱାଇଁ ଙ୍କ ଅକାଳ ବିୟୋଗରେ ଏକାଦଶ କର୍ମରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି l ତୁଷାର ନାଉଗାଁ ସ୍ଥିତ ସରକାରୀ କୃଷି ଅଫିସରେ କାର୍ଯ୍ୟରତ ଥିଲେ l ତୁଷାର ଙ୍କ ବିୟୋଗ ରେ ଟାଇଁକୁଳ ଗାଁ ଶୋକାକୁଳ ପରିବେଶ ଛାଇ ଯାଇଥିଲା l ଆଜି ଟାଇଁକୁଳ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ଏକ ସ୍ମୃତିସଭା ଅନୁଷ୍ଠିତ କରାଯାଇ ତୁଷାରଙ୍କ ଜୀବନୀ ଉପରେ “ତୁଷାରର ମହାଯାତ୍ରା” ନାମକ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା | ସଂକଳ୍ପ ସ୍ବେଛାସେବୀ ସଂଗଠନ ଆନୁକୂଲ୍ୟରେ ବୃଦ୍ଧାଶ୍ରମ କୁ 30ହଜାର ଏବଂ ରେଡ଼କ୍ରସ କୁ 50ହଜାର ଟଙ୍କା ଅନୁଦାନ ର ଦେବାପାଇଁ ସ୍ଥିର କରାଯିବାସହ ଟାଇଁକୁଳ ଗ୍ରାମରେ ସଂକଳ୍ପ ସ୍ବେଛାସେବୀ ସଂଗଠନ ଙ୍କ ଜରିଆରେ ତୁଷାରଙ୍କ ସ୍ମୁତିରେ ଏକ ଫଳ ବଗିଚା କରିବାକୁ ଘୋଷଣା କରାଯାଇଥିଲା l ଏହି ସଭାରେ ସଭାପତି କୈଳାଶ ଚନ୍ଦ୍ର ବିଶ୍ୱାଳ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାପାତ୍ର,ଅଖିଳ ରଞ୍ଜନ ସ୍ୱାଇଁ, ବାବନ ସ୍ୱାଇଁ ଉପସ୍ଥିତ ରହିବା ସହ ମନୁ ଚରଣ ସାଉ, ଭାଗ୍ୟଧର ବେହେରା, ଅରୁଣ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ପ୍ରଦୀପ୍ତ ରଞ୍ଜନ ସାଉ ଏବଂ ଅଞ୍ଜନ କୁମାର ସାଉ ସ୍ମୁତି ସଂଗୀତ ଗାନ କରି ପଣ୍ଡିତ ଅଜୟ ଶତପଥି ବେଦପାଠ ଗାନ କରିଥିଲେ | ଏଥିସ ହିତ ଅମରେଶ ସ୍ୱାଇଁ ଏବଂ ସମସ୍ତ ପରିବାର ବର୍ଗ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ l

Leave A Reply

Your email address will not be published.