ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କ ସଂକଳ୍ପ ।

0

ଝାରବନ୍ଧ-ମନୋହର ଦାଶ :ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ,ସରପଞ୍ଚ,ସମିତିସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଝାରବନ୍ଧ ବ୍ଲକ ନିଲିଜିପତ୍ରା ଠାରେ ଅନୁଷ୍ଠିତ ବିଜେପିର ଏକ କର୍ମୀ ସମ୍ମିଳନୀରେ ଶତାଧିକ କାର୍ଯ୍ଯକର୍ତ୍ତା ସଂକଳ୍ପ ନେଇ ଥିଲେ । ବିଜେପି ଜଗଦଲପୁର ମଣ୍ଡଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଜଗଦଲପୁର,ଭଇଁଷାଧରା, କୁର୍ଲୁପାଲି, ଭଣ୍ତାରପୁରୀ, ଚଣ୍ଡୀଭଟା, ଲଉଡିଧରା, କୁମୀର ଗ୍ରାମ ପଞ୍ଚାୟତ କାର୍ଯ୍ୟକର୍ତ୍ତାଙ୍କ ସମେତ ବିଜେପିରୁ ଲଢୁଥିବା ସମିତି ସଭ୍ୟ ଶ୍ରୀମତୀ କୁମୁଦିନି ସାହୁ,ଅଂଜଳି ସେଠ,ଘନଶ୍ୟାମ ନାୟକ,ଗଣେଷ ସାହୁ ଉପସ୍ଥିତ ଥିବା ବେଳେ ନିର୍ବରୋଧରେ ୱାର୍ଡ ମେମ୍ବର ଭାବେ ବିଭିନ୍ନ ୱାର୍ଡରୁ ନିର୍ବାଚିତ ହୋଇଥିବା ଶ୍ରୀ ବସନ୍ତ ଡୁଡକା, ପ୍ରକାଶ ବାଗ, ମହାଦେବ ପ୍ରଧାନ, ବାସୁଦେବ ପୋଢଙ୍କୁ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା । ସଭାରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ଚନ୍ଦ୍ରମା ପଟେଲ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ମଜବୁତ କରିବା ପାଇଁ ତାଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କାମନା କରିଥିଲେ । ଏହି କର୍ମୀ ସମାବେଶରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ,କିଶୋର ପ୍ରଧାନ,ମଦନ ମୋହନ ପଟେଲ,ଗିରଧର ପଟେଲ,ମନୋଜ ପ୍ରଧାନ,କୁବେର ସାହୁ,ଶ୍ରୀମତୀ କୁଞ୍ଜଲତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ପଦ୍ମନ ରଣା ସଭା ପରିଚଳନା କରିଥିଲେ ।

Leave A Reply

Your email address will not be published.