ଶଂଖାରିସାହି ରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

0 2

ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିରିଡି ବ୍ଲକ ଅନ୍ତର୍ଗତ ୨୨ମୌଜା ଶଂଖାରିସାହି ଖୁସି ମେଡ଼ିସିନ ଷ୍ଟୋର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରର ମୁଖ୍ୟ ଅତିଥି ଭାବେ ସର୍ଜରୀ ସ୍ପେଶାଲଷ୍ଟ ଡାକ୍ତର ପୂର୍ଣ୍ଣାନନ୍ଦ ଓଝା ଓ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଲୋକନାଥ ସାହୁ ଶିବିରକୁ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ଖୁସି ମେଡ଼ିସିନ ଷ୍ଟିରର ମାନସରଞ୍ଜନ ବାରିକିରାୟ,ତାପସ କୁମାର ବାରିକିରାୟ, ଚିତ୍ତରଂଞ୍ଜନ ମଲ୍ଲିକ, ସରପଞ୍ଚ ତୁସ୍ତିମଞ୍ଜୁରୀ ପରିଜା, ଗୟାଧର ମହାନ୍ତି,ଆଡଭୋକେଟ ନିରଂଜନ ସେଠୀ,ଜଗନ୍ନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି।ଶେଷରେ ରକ୍ତଦାତା ମାନଙ୍କୁ ଡାକ୍ତର ଲୋକନାଥ ସାହୁ,ନିରଂଜନ ସେଠୀ,ରଶ୍ମୀରଞ୍ଜନ ମଲ୍ଲିକ ଓ ଦୀପକ କୁମାର ସାହୁ ରକ୍ତଦାତା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଜଗତସିଂହପୁର ବ୍ଳଡ଼ ବ୍ୟାଙ୍କର ଡାକ୍ତର ପଙ୍କଜିନି ବେହେରା ଙ୍କ ନେତୃତ୍ୱରେ ଡାକ୍ତର ଟିମ ରକ୍ତ ସଂଗ୍ରହ କରିଥିଲେ l

Leave A Reply

Your email address will not be published.