ଜଗତସିଂହପୁର,/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଅଁରା ପଞ୍ଚାୟତର ଶାଳିଜଙ୍ଗାଠାରେ ଥିବା ଶିରିଡି ସାଇ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଆଜି ଆରମ୍ଭ ହୋଇଛି। ଆଜି ପ୍ରତ୍ୟୁଷରୁ ମହିଳାମାନେ ଚିକିଣିଆ ନିକଟସ୍ଥ ହଂସୁଆ ନଦୀରୁ କଳସଯାତ୍ରାରେ ଆସି ଶିରିଡି ସାଇଙ୍କଠାରେ ଜଳାଭିଷେକ କରିଥିଲେ । ଏହି ଉତ୍ସବ ୩ଦିନ ବ୍ୟାପି ଅନୁଷ୍ଠିତ ହେବ। ଆଜି ଅଙ୍କୁରାରୋପଣ, କଳସଯାତ୍ରା, ଘଟସ୍ଥାପନ, ଯଜ୍ଞ ଆରମ୍ଭ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ଟ୍ରଷ୍ଟି ବିଜୟ କୁମାର ପାଲଟାସିଂହ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ଇଂ ବାବାଜୀ ଜେନା, ଟ୍ରଷ୍ଟି ଦିଲ୍ଲୀପ କୁମାର ରଥ, ଟ୍ରଷ୍ଟି ପ୍ରାର୍ଥସଖା ପାଲଟାସିଂହ, ଟ୍ରଷ୍ଟି ବିଜୟ କୁମାର ସ୍ବାଇଁ, ମାନସ କୁମାର ମହାପାତ୍ର, ରାଜକୁମାର ପାଲଟାସିଂହ, ଦୋଳଗୋବିନ୍ଦ ମଲ୍ଲିକ, ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.