ଚୋରକୁ ବାନ୍ଧି ଲଣ୍ଡା କଲେ ଲୋକେ

0

 

ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଜଗତସିଂହପୁର ଥାନା ଅଧୀନ ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜ ଛକ ନିକଟରେ ଥିବା ସାଧୁ ସାହୁଙ୍କ ଗୁଆ ଗୋଦାମରୁ ଦୁର୍ବୃତ୍ତମାନେ ଆକ୍ରୋଶ ମୂଳକ ଭାବେ ଗତକାଲି ବିଳମ୍ବିତ ରାତିରେ ଗୁଆ ଚୋରି କରୁଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଛନ୍ତି। ଗୁଆକୁ ବସ୍ତାରେ ପୂରାଇ ଛାତ ଉପରକୁ ଟେକି ନେଇ ପଳାଇବାକୁ ଉଦ୍ୟମ କରିବା ବେଳେ ପୂର୍ବରୁ ଛକିଥିବା ଲୋକେ ୨ଜଣ ଦୁର୍ବୃତ୍ତଙ୍କୁ କାବୁ କରିନେଇଥିଲେ। ଅନ୍ୟ ଦୁଇ ଜଣ ଖସି ପଳାଇଥିଲେ । ଏଣୁ ଲୋକେ ଦୁଇ ଜଣ ଦୁର୍ବୃତ୍ତଙ୍କୁ ବାନ୍ଧି ପକାଇଥିଲେ। ସେମାନଙ୍କୁ ଦଣ୍ଡ ସ୍ଵରୂପ ଲଣ୍ଡା କରିଦେଇଥିଲେ। ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.