ଗୋପାଳପୁର: ଗୋପାଳପୁର ସହର ରେ ଅବସ୍ଥିତ ଏକ ହୋଟେଲରେ କୌଣସି କଥାକୁ ନେଇ କିଛି ଯୁବକ ହୋଟେଲ କର୍ମଚାରୀ ଓ ସାଧାରଣ ଗ୍ରାହକ ମାନଙ୍କୁ ମାରଧର କରିବା ସହ ହୋଟେଲ ଭିତରେ ଭଙ୍ଗାରୁଜା କରିବା ସହ ବହୁ ଆସବାବପତ୍ର ନଷ୍ଟ କରିଥିଲେ। ଏହି ଭଳି ପରିସ୍ଥିତିରେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ ଯୁବକ ମାନେ ବ୍ୟବହାର କରିଥିବା ମୋଟରସାଇକେଲ ନଂ କୁ ଯାଞ୍ଚ କରି ୯ ଅଭିଯୁକ୍ତ ଯଥା ଗଣେଶ ଡାକୁଆ, ଅନୀଲ ନାୟକ, କାହ୍ନୁଚରଣ ପ୍ରଧାନ,ତେଜେଶ୍ଵର ରାଓ, ନାରାୟଣ ସାହୁ, ମଦନମୋହନ ସାହୁ, ଅଂଶୁମାନ ସାହୁ, ମହାରାଷ୍ଟ୍ର ମାନକୁଡ ଥାନା ଅଞ୍ଚଳର ସାଙ୍କେତ କାନ୍ଦ୍ରେକର୍ ଓ କର୍ଣ୍ଣାଟକ ୟାଦଗିରି ଥାନା ଅଞ୍ଚଳର ରୋହିତ ରାଥୋଡ୍ ନାମକ ଯୁବକ ମାନଙ୍କୁ ଚିହ୍ନଟ କରି ଥାନା ରେ ରଖି ଜେରା କରିବା ପରେ ଏକ ମାମଲା ନଂ ୬୩୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ବୁଲେଟ୍ ମୋଟରସାଇକେଲ ୨ ଟି ସ୍କୁଟି ଜବତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post